ମେଲବର୍ଣ୍ଣ: ଭାରତର ୨୧ ବର୍ଷିଅ ଯୁବ ଓ୍ଵିକେଟକିପର ଋଷଭ ପନ୍ତ କଙ୍ଗାରୁ ମାଟିରେ ଗୋଟିଏ ପରେ ଗୋଟିଏ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ମେଲବର୍ଣ୍ଣ ଟେଷ୍ଟର ୪ର୍ଥ ଦିନରେ ରବୀନ୍ଦ୍ର ଜାଦେଜାଙ୍କ ବଲ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ପେନ୍‌ଙ୍କ କ୍ୟାଚ ନେଇ ପନ୍ତ ବଡ଼ ଧରଣର ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି। ଋଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାରେ ଓ୍ଵିକେଟ୍‌ ପଛରେ ମୋଟ ୧୯ଟି କ୍ୟାଚ୍‌ ନେଇଛନ୍ତି।

Advertisment

publive-image

ଗୋଟିଏ ଟେଷ୍ଟରେ ସର୍ବାଧିକ କ୍ୟାଚ ନେଇଥିବା ଭାରତୀୟ ଓ୍ଵିକେଟକିପର

-ଋଷଭ ପନ୍ତ: ୧୯ କ୍ୟାଚ, ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ
-ସୟଦ କିରମାନି: ୧୭ କ୍ୟାଚ (୧୯, ୨ ଷ୍ଟମ୍ପିଂଗ), ୧୯୭୯/୮୦ରେ ପାକିସ୍ତାନ ବିପକ୍ଷରେ
-ମହେନ୍ଦ୍ର ସିଂହ ଧୋନ: ୧୭ କ୍ୟାଚ, ୨୦୧୪ରେ ଇଂଲଣ୍ଡ ବିପକ୍ଷରେ
-ମହେନ୍ଦ୍ର ସିଂହ ଧୋନି:୧୩ କ୍ୟାଚ (୧୭,୪ ଷ୍ଟମ୍ପିଂଗ) ୨୦୦୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ
-ନରେନ ତାହ୍ମାଣେ: ୧୨ କ୍ୟାଚ (୧୯, ୭ଷ୍ଟମ୍ପିଂଗ) ୧୯୫୪/୫୫ରେ ପାକିସ୍ତାନ ବିପକ୍ଷରେ

ଏଥି ସଫଳତାର ସହିତ ଋଷଭ ପନ୍ତ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ କ୍ୟାଚ ନେଇ ୧ ନମ୍ବର ଓ୍ଵିକେଟକିପର ଭାବରେ ପରିଚୟ କରିପାରିଛନ୍ତି। ଋଷଭ ପନ୍ତଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ଓ୍ଵିକେଟକିପର ସୟଦ କିରମାନି ଏବଂ ମହେନ୍ଦ୍ର ସିଂହ ଧୋନି କରିଥିଲେ। କରିମାନି ଏବଂ ଧୋନି ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ୧୭-୧୭ କ୍ୟାଚ ଧରିଥିଲେ।