ପନ୍ତ ଭାରତର ଭବିଷ୍ୟତ: କୋହଲି

ଗୟନା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ‌ଶେଷ ଦିନିକିଆରେ ମ୍ୟାଚ୍ ବିଜୟୀ ପାଳି ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ପନ୍ତଙ୍କୁ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବଣ୍ଣର୍ନା କରିଛନ୍ତି। ତେବେ ଏହି ୨୧ ବର୍ଷୀୟ ପ୍ରତିଭାବାନ ଖେଳାଳିଙ୍କ ଉପରେ ମାତ୍ରାଧିକ ଚାପ ପକାଇବା ସପକ୍ଷରେ ନାହାନ୍ତି। ପୂର୍ବରୁ ପନ୍ତଙ୍କୁ କୋହଲି ପୁରୁଖା ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ଆଖ୍ୟା ଦେଇ ସାରିଛନ୍ତି। କୋହଲି କହିଛନ୍ତି, ଆମେ ପନ୍ତଙ୍କ ଭିତରେ ଭାରତର ଭବିଷ୍ୟତ ଦେଖୁଛୁ। ସେ ଅନନ୍ୟ ପ୍ରତିଭା ଓ କୌଶଳର ଅଧିକାରୀ। ତାଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ସହ ଚାପ ମୁକ୍ତ ରଖିବାକୁ ଆମେ ଚାହୁଁ। କୋହଲି ମଧ୍ୟ ଏହି ଅବସରରେ ଅନ୍ୟତମ ଯୁବ ତାରକା ଦୀପକ ଚହରଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର