ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ୱିକେଟକିପର ଋଷଭ ପନ୍ତ ଏବେ ଚର୍ଚ୍ଚାରେ । ଆଗକୁ ଆଇପିଏଲ-୨୦୨୫ର ନିଲାମି ଆରମ୍ଭ ହେବାକୁ ଯାଉଥିବା ବେଳେ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିବ, ଅଧିନାୟକ ବଦଳିବେ କି ନାହିଁ ବା କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରୁ ବାଦ୍ ଦେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ଖବର ମିଳୁଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଆଇପିଏଲ-୨୦୨୫ର 'ରିଟେନ ଲିଷ୍ଟ'ରୁ ହଟାଇ ଦେଇଛି। ଋଷଭ ଦଳର ଅଧିନାୟକ ଭାବେ ଖେଳିବାକୁ ଚାହୁଥିବା ବେଳେ ଦଳ ଏହା ଚାହୁନଥିଲା। ଏହି କାରଣରୁ ଋଷଭଙ୍କୁ ଦଳରୁ ବିଦା କରାଯାଇଥିବା ଜଣାଯାଇଛି। ଏମଧ୍ୟରେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ଋଷଭ ପନ୍ତଙ୍କ ସମ୍ପତ୍ତି ପ୍ରାୟ ୧୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତାଙ୍କର ଆୟର ମୂଳ ଉତ୍ସଗୁଡ଼ିକ ହେଲା ବିସିସିଆଇରୁ ମିଳୁଥିବା ଦରମା, ଆଇପିଏଲ୍ ଚୁକ୍ତି ଏବଂ ବିଭିନ୍ନ ବିଜ୍ଞାପନରୁ ମିଳୁଥିବା କୋଟି କୋଟି ଟଙ୍କା। ବିସିସିଆଇରୁ ସେ ପ୍ରତିବର୍ଷ ୩କୋଟି ଟଙ୍କା ଆୟ କରୁଥିବା ବେଳେ ଆଇପିଏଲରୁ ସେ ୧୬କୋଟି ଟଙ୍କା ଆୟ କରନ୍ତି। ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ଲକ୍ଷ ଟଙ୍କା ନେଉଥିବା ପନ୍ତ ପ୍ରତି ଦିନିକିଆ ମ୍ୟାଚ୍ ପାଇଁ ୬ଲକ୍ଷ ଟଙ୍କା ନିଅନ୍ତି। ଏହା ସହ ସେ ପ୍ରତି ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ଆୟ କରନ୍ତି ବୋଲି ଜଣାଯାଇଛି।
ଯଦି ଆମେ ତାଙ୍କ ବିଳାସପୂର୍ଣ୍ଣ ଗାଡ଼ି କଥା କହିବା ତେବେ ତାଙ୍କ ପାଖରେ ଅଛି ଫୋର୍ଡ ମସଟାଙ୍ଗ, ମର୍ସେଡିଜ୍ ବେଞ୍ଜ ଜିଏସସି, ଅଡି ଏ-୮ ଏବଂ ମର୍ସେଡିଜ୍ ବେଞ୍ଜ ଜିଏଲଇ।