ନୂଆଦିଲ୍ଲୀ: କ୍ରିକେଟର ରିଷଭ ପନ୍ତଙ୍କ ପାଦର ଆଙ୍ଗୁଳିରେ ଫ୍ରାକ୍ଚର ହେତୁ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଏବଂ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ପନ୍ତ  ଏକ୍ସ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ନୋଟ୍ ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। 

Advertisment

ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ରିଷଭ ପନ୍ତ ତାଙ୍କ ଏକ୍ସ ଆକାଉଣ୍ଟରେ ପାଦରେ ପ୍ଲାଷ୍ଟରେ ବନ୍ଧା ଥିବା ସହିତ ପାଖରେ ଏକ ଆଶାବାଡ଼ି ଥିବାର ଏକ ଫଟୋ ସେୟାର କରିଛନ୍ତି।  ଏହି ଫଟୋ ସେୟାର କରିବା ସହିତ ପନ୍ତ ଲେଖିଛନ୍ତି, 'ମୁଁ ଯେଉଁ ସବୁ ପ୍ରେମ ଏବଂ ଆଶୀର୍ବାଦ ପାଉଛି, ଏହା ହେଉଛି ମୋ ଶକ୍ତିର ପ୍ରକୃତ କାରଣ'।

ମୋର ଫ୍ରାକ୍ଚର ଭଲ ହେବା ମାତ୍ରେ ମୁଁ ପଡ଼ିଆକୁ ଫେରି ଆସିବି। ମୁଁ ଯଥା ସମ୍ଭବ ବିଶ୍ରାମ ନେଉଛି। ସୁସ୍ଥ ହେବା ପାଇଁ ମୋର ୧୦୦ ପ୍ରତିଶତ ଦେଉଛି। ଦେଶ ପାଇଁ ଖେଳିବା ସର୍ବଦା ମୋ ଜୀବନର ଏକ ଗର୍ବର ମୁହୂର୍ତ୍ତ। ଯାହାକୁ ମୁଁ ସବୁଠାରୁ ଅଧିକ ଭଲ ପାଏ । କେବେ ସୁସ୍ଥ ହୋଇ ପଡ଼ିଆକୁ ଫେରିବି ସେ ସମୟକୁ ଅପେକ୍ଷା କରିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି।