ହରିଦ୍ବାର: ଚେତା ଫେରିବା ପରେ ଦୁର୍ଘଟଣାର ପ୍ରକୃତ କାରଣ କହିଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ। ନିଦ ଲାଗିବାରୁ ନୁହେଁ, ବରଂ ରାସ୍ତାରେ ଥିବା ଖାଲରୁ ବଞ୍ଚାଇବା ପାଇଁ ଗାଡ଼ିକୁ ଡାହାଣକୁ ମୋଡିବା ପରେ ନିୟନ୍ତ୍ରଣ ହରାଇଥିଲି ବୋଲି କହିଥିଲେ ଋଷଭ ପନ୍ତ। ଏବେ ଏହି କାରଣ ସାମ୍ନାକୁ ଆସିବା ପରେ ରାତାରାତି ଉତ୍ତରାଖଣ୍ଡ ସରକାର ରାସ୍ତାର ମରାମତି କରିଥିବା ଜଣାପଡ଼ିଛି। ଯେଉଁ ସ୍ଥାନରେ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଠାକାର ସମସ୍ତଙ୍କ ଖାଲର ମରାମତି ସରକାର କରିଛନ୍ତି।

Advertisment

publive-image aajtak

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କହିିଥିଲେ ଯେ, ପନ୍ତ ଦୁର୍ଘଟଣାର ଶିକାର ହୋଇଥିବା ଅଞ୍ଚଳଟି ମୃତ୍ୟୁର ସ୍ଥାନ ପାଲଟିଛି। ଅତୀତରେ ସେହି ସ୍ଥାନରେ ଶହ ଶହ ଦୁର୍ଘଟଣା ଘଟିଛି ଏବଂ ଅନେକ ଲୋକ ପ୍ରାଣ ହରାଇଛନ୍ତି, କିନ୍ତୁ କେହି କିଛି କରିବାକୁ ପ୍ରସ୍ତୁତ ନୁହଁନ୍ତି। ବର୍ତ୍ତମାନ ସର୍ବଶେଷ ରିପୋର୍ଟ ଅନୁଯାୟୀ ପନ୍ତଙ୍କ ଦୁର୍ଘଟଣା ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରାସ୍ତାରେ ଥିବା ଗର୍ତ୍ତର ମରାମତି କରାଯାଇଛି। ଏହା ସହିତ ଦୁର୍ଘଟଣା ଯୋଗୁଁ ଭାଙ୍ଗିଯାଇଥିବା ରାଜପଥର ରେଲିଂ ମଧ୍ୟ ମରାମତି କରାଯାଇଛି।

publive-image aajtak

ଅନ୍ୟପକ୍ଷରେ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲ୍‌ରେ ଭାରତୀୟ କ୍ରିକେଟର ଋଷଭ ପନ୍ତ୍‌ଙ୍କ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଇଛି। ଶୁକ୍ରବାର ଦୁର୍ଘଟଣାରେ ପିଠି, ଗୋଡ୍‌ ବ୍ୟତୀତ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା। ତେଣୁ ସେସବୁ ଆହତ ସ୍ଥାନକୁ ପୂରଣ କରିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀର ଆବଶ୍ୟକତା ହେଉଥିଲା ବେଳେ ମ୍ୟାକ୍ସ ହସ୍ପିଟାଲ୍‌ରେ ଏକ ଛୋଟ ଧରଣର ସର୍ଜରୀ କରାଯାଇଥିବା ଡିଡିସିଏ (ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ) ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା‌ ଦେଇଛନ୍ତି।