ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ବେଳେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ବାଉଁସରରେ ମସ୍ତିଷ୍କାଘାତର ଶିକାର ହୋଇଥିବା ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଆସନ୍ତା ୧୭ ତାରିଖରେ ରାଜକୋଟରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦଳ ସହ ରାଜକୋଟ ଯାଇନଥିଲେ। ବୁଧବାର ସେ ହସ୍ପିଟାଲ୍ରୁ ଛାଡ଼ ପାଇବା ପରେ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ମୁମ୍ବାଇରୁ ବେଙ୍ଗାଲୁରୁ ଏନ୍ସିଏ (ନ୍ୟାସ୍ନାଲ କ୍ରିକେଟ୍ ଏକାଡେମି)କୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କ ସ୍ଥାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯିବା ପରେ ତୃତୀୟ ତଥା ଶେଷ ଦିନିକିଆରେ ଖେଳିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି। ତୃତୀୟ ଦିନିକିଆ ୧୯ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବାରୁ ପନ୍ତ୍ଙ୍କୁ ୭୨ ଘଣ୍ଟା ତତ୍ତ୍ବାବଧାନରେ ରଖାଯିବା ପରେ ହିଁ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ କହିଛି।
ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଦ୍ୱିତୀୟ ଦିନିକିଆରୁ ବାଦ୍
/sambad/media/post_attachments/wp-content/uploads/2020/01/pant-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)