ନୂଆଦିଲ୍ଲୀ: ୨୦୨୫ ଆଇପିଏଲ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)ଠାରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲଏସଜି) ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଅଧିନାୟକ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ। ପିବିକେଏସ୍ ଆୟରଙ୍କ ପ୍ରଦର୍ଶନକୁ ସମ୍ମାନିତ କରିବା ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା।  ଏହି ପୋଷ୍ଟରେ ଆୟରଙ୍କ ଏକ ଭିଡିଓ ରହିଥିଲା। ହେଲେ କ୍ୟାପସନରେ ପିବିକେଏସ୍ ଯାହା ଲେଖିଥିଲା, ତାହା କ୍ରିକେଟର ତଥା ଏଲଏସଜି ଅଧିନାୟକ ଋଷଭ ପନ୍ତଙ୍କୁ ଟାର୍ଗେଟ କରିବା ପାଇଁ ଲେଖିଥିଲା ବୋଲି ଚର୍ଚ୍ଚା ହେଉଛି। 

Advertisment

ସୂଚନା ମୁତାବକ, ଆଇପିଏଲ ୨୦୨୫ର ମେଗା ନିଲାମରେ ୨୭ କୋଟି ଟଙ୍କାରେ ପନ୍ତଙ୍କୁ କିଣିଥିଲା ଏଲଏସଜି। ଏହା ପରେ, ପନ୍ତ ଆଶ୍ୱସ୍ତ ଅନୁଭବ କରୁଥିବା କହିଥିଲେ। ସେ କହିଥିଲେ ଯେ, ମୋର ଗୋଟାଏ ଚିନ୍ତା ଥିଲା। ପଞ୍ଜାବ ମୋତେ ‌କିଣି ନନେଉ ବୋଲି ଭାବି ମୁଁ ଚିନ୍ତିତ ଥିଲି। ଏବେ ପିବିକେଏସ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ପନ୍ତଙ୍କୁ ଜବାବ ଦେଇଛି। ଟିମ୍ ଜିତିବା ପରେ ଆୟରଙ୍କ ଭିଡିଓ ଅପଲୋଡ୍ କରି ପିବିକେଏସ୍ ଲେଖିଛି, ନିଲାମ ଦିନ ହିଁ ଆମର ଚିନ୍ତା ଦୂର ହୋଇଯାଇଥିଲା।