ଋଷଭ ପନ୍ତଙ୍କ ଦିନିକିଆ ପଦାର୍ପଣ ସୁନିଶ୍ଚିତ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍‌ ଇଣ୍ଡିଆର ୧୨ ଜଣିଆ ସଦସ୍ୟ ଘୋଷଣା

ଗୌହାଟୀ: ଋଷଭ ପନ୍ତଙ୍କ ଦିନିକିଆରେ ପଦାର୍ପଣ କରିବା ସୁନିଶ୍ଚିତ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଗୌହାଟୀ ଦିନିକିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ଓ୍ଵିକେଟକିପର ଓ ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଭାରତ ଅକ୍ଟୋବର ୨୧ରୁ ଆରମ୍ଭ ହେଉଥିବା ୫ ଦିନିକିଆ ମ୍ୟାଚର ପ୍ରଥମ ମୁକାବିଲାରେ ସ୍ଥାନ ମିଳିଛି। ଭାରତୀୟ ଟିମ୍‌ରେ ମଧ୍ୟ କ୍ରମର ବ୍ୟାଟସ୍‌ମ୍ୟାନ ମନୀଷ ପାଣ୍ଡେ ଥାଇ ବି ପରିଚାଳନା କମିଟି ଋଷଭ ପନ୍ତଙ୍କୁ ସାମିଲ କରିଛି। ପ୍ରଥମ ଦିନିକିଆ ରବିବାର ଖେଳାଯିବା ଗୋଟିଏ ଦିନ ପୂର୍ବରୁ ଭାରତ ନିଜର ୧୨ ଖେଳାଳିଙ୍କ ନାମ ଘୋଷଣା କରିଛି।

୧୨ ଜଣିଆ ଟିମ: ଶିଖର ଧାଓ୍ଵନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅବାନ୍ତି ରାୟଡୁ, ଋଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି(ଓ୍ଵିକେଟକିପର), ରବୀନ୍ଦ୍ର ଜାଦେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି, ଅଖୀଲ ଅହମଦ।

ଭାରତୀୟ ଟିମ ପରିଚାଳନା କମିଟି ବାମହାତୀ ବୋଲର ଅହମଦଙ୍କୁ ୧୨ ଖେଳାଳିଙ୍କ ମଧ୍ୟରେ ସାମିଲ କରିଛି। ଏସିଆ କପ୍‌ରେ ଆରାମ ମିଳିବା ପରେ ବିରାଟ କୋହଲି ଆସିବା ପରେ ଟିମ୍‌ର ବ୍ୟାଟିଂ ଶକ୍ତିଶାଳୀ ହୋଇଛି। କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କରିବା ପରେ ମହେନ୍ଦ୍ର ସିଂହ ଏହି ଶୃଙ୍ଖଳାରେ ଭଲ ଖେଳିବାକୁ ଆଶା କରିଛନ୍ତି।

 

ସମ୍ବନ୍ଧିତ ଖବର