ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଏକ ଭୟାବହ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି ଯାଇଛି। ଏଥିରେ ଋଷଭ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାର ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ପରେ ଋଷଭଙ୍କୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଥିବା ବେଳେ ଶିଖର ଧାୱନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଋଷଭ ତାଙ୍କ ସିନିୟର ଶିଖରଙ୍କୁ ପରାମର୍ଶ ମାଗୁଛନ୍ତି। ଏଥିରେ ଶିଖର ଉତ୍ତର ଦେଇ କହୁଛନ୍ତି, ‘ଗାଡ଼ି ଧୀରେ ଚଲାଅ’।
the most valuable advice was given by shikhar dhawan to pant ♥️#RishabhPant#BCCI@DelhiCapitalspic.twitter.com/SshMBapvFL
— 🔥वसुसेन🔥 (@Mrutyyunjay) December 30, 2022
ଏହି ଦୁଇ ଖେଳାଳି ଭାରତୀୟ ଦଳ ବ୍ୟତୀତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲକ୍ସରେ ଡ୍ରେସିଂ ରୁମ ସେୟାର କରି ସାରିଛନ୍ତି। ଋଷଭ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଥିବା ବେଳେ ଶିଖର ପଞ୍ଜାବ କିଙ୍ଗସର ଅଧିନାୟକ ରହିଛନ୍ତି।
ତେବେ ଭୋର ହୋଇ ଯାଇଥିବାରୁ ତାଙ୍କ ଆଖି ଲାଗି ଯାଇଥିଲା। ଆଉ ଗାଡ଼ିର ବେଗ ଦ୍ରୁତ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କ୍ରିକେଟ୍ ଖେଳାଳି ଋଷଭ ପନ୍ତ କହିଛନ୍ତି। ଏଥିରୁ ଜଣାପଡ଼ୁଛି ଋଷଭ ବୋଧ ହୁଏ ଗାଡ଼ି ଦ୍ରୁତ ଗତିରେ ଚଲାନ୍ତି। କାରଣ ଦ୍ରୁତଗତିରେ ଗାଡ଼ି ଚଲାଇବା ହେତୁ ଋଷଭଙ୍କ ଥରେ ନୁହେଁ, ଦୁଇଥର ଚାଲାଣ କଟିସାରିଛି। ଆଉ ଏହି ଚାଲାଣ ରାଶି ଏବେ ବି ବକେୟା ରହିଛି।