ମୁମ୍ବାଇ : ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ ତଥା ଅଧିନାୟକ ବୀରେନ୍ଦ୍ର ସେହବାଗ ଯୁବ ୱିକେଟରକ୍ଷକ ବ୍ୟାଟର୍ ଋଷଭ ପନ୍ତ୍ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କହିଛନ୍ତି ପନ୍ତ୍ ଯଦି ନିଜ ଖେଳ ଜୀବନରେ ୧୦୦ କିମ୍ବା ତଦୁର୍ଧ୍ବ ଟେଷ୍ଟ୍ ଖେଳିପାରିବେ ତାହାଲେ ନିଜ ନାମକୁ ଇତିହାସ ପୃ୍ଷ୍ଠାରେ ସବୁଦିନ ପାଇଁ ଲେଖି ଦେଇଯିବେ। ଅଦ୍ୟାବଧି ପନ୍ତ୍ ୩୦ ଟେଷ୍ଟରୁ ୪୦.୮୫ ହାରରେ ୪ ଶତକ ଓ ୯ ଅର୍ଦ୍ଧଶତକ ସହିତ ୧୯୨୦ ରନ୍ ସଂଗ୍ରହ କରିଛନ୍ତି। ପନ୍ତ୍ ଗତ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ବେଙ୍ଗାଲୁରୁ ଟେଷ୍ଟ୍ରେ ଦ୍ରୁତତମ ଭାରତୀୟ ଭାବେ ୨୮ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେହି ଶୃଙ୍ଖଳାରେ ୧୨୦.୧୨ ଷ୍ଟ୍ରାଇକ୍ ରେଟ୍ରେ ୧୮୫ ରନ୍ କରିଥିଲେ। ସେହବାଗ ନିଜେ ୪୯.୩୪ ହାରରେ ୮୫୮୬ ଟେଷ୍ଟ୍ ରନ୍ ଏବଂ ୩୫.୦୫ ହାରରେ ୮୨୭୩ ଦିନିକିଆ ରନ୍ ସଂଗ୍ରହ କରିଥିଲେ। ଟ୍ବେଣ୍ଟି-୨୦ କ୍ରିକେଟ୍ର ଲୋକପ୍ରିୟତା ତଥା ଲୋଭନୀୟ ଆର୍ଥିକ ଆକର୍ଷଣ ସତ୍ତ୍ବେ ଟେଷ୍ଟ୍ କ୍ରିକେଟ୍ ଏବେ ବି ସେହବାଗଙ୍କ ଅଗ୍ରାଧିକାର ତାଲିକାରେ ରହିଛି।
‘ମୁଁ ନମ୍ରତାର ସହ କହୁଛି ଟେଷ୍ଟ୍ କ୍ରିକେଟ୍ ହେଉଛି ଏହି ଖେଳର ବିକଳ୍ପ। କେବଳ ଏଇଥି ପାଇଁ ବିରାଟ କୋହଲି ଟେଷ୍ଟ୍ ଖେଳିବାକୁ ଗୁରୁତ୍ବ ଦେଉଛନ୍ତି। ସେ ଜାଣିଛନ୍ତି ୧୦୦-୧୫୦ ଏପରିକି ୨୦୦ ଟେଷ୍ଟ୍ ଖେଳିପାରିଲେ ସେ ନିଶ୍ଚିତ ରେକର୍ଡ ବହିରେ ଅମର ରହିଯିବେ’। ସେହବାଗ ୨୦୧୧ ବିଶ୍ବକପ୍ ବେଳେ ୫ ଥର ପ୍ରଥମ ବଲ୍କୁ ବାଉଣ୍ଡରି ମାରିବାର ଉଦାହରଣ ରଖିଛନ୍ତି। ଏହି କଥାକୁ ମନେ ପକାଇ ସେହବାଗ କହିଥିଲେ ‘‘ସଚିନ ମୋତେ ଏକଦା କହିଥିଲେ ସେ ଏଭଳି ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/rishabh_pant_vs_rr.jpg)