ଫୁଟବଲ ମ୍ୟାଚ ଦେଖିବାକୁ ଯାଇ ଋଷଭ ପନ୍ତ କରୋନା ସଂକ୍ରମିତ !

ଲଣ୍ଡନ : ଟିମ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଜଣେ ସହାୟକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଆଉ ଦୁଇଜଣ ସଦସ୍ୟଙ୍କୁ ଏକାନ୍ତବାସରେ ରଖାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଋଷଭ ପନ୍ତ ଲଣ୍ଡନ ସ୍ଥିତି ଓ୍ବିମ୍ବଲି ଷ୍ଟାଡିୟମକୁ ୟୁରୋ କପ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ସେଠାରେ ସେ ବିନା ମାସ୍କରେ ଦର୍ଶକଙ୍କ ଗହଳିରେ ବସି ମ୍ୟାଚ ଉପଭୋଗ କରିଥିଲେ । ସେ ନିଜେ ଟିଟରରେ ଫଟୋ ଛାଡ଼ି ଏ ସମ୍ପର୍କରେ ଜଣାଇଥିଲେ । ଉକ୍ତ ଷ୍ଟାଡିୟମରୁ ହିଁ ସେ କରୋନା ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି ।

 

ଗୁରୁବାର ଦିନ ଜଣାପଡ଼ିଛି ଯେ ଟିମ ଇଣ୍ଡିଆର ଥ୍ରୋଡାଉନ ବିଶେଷଜ୍ଞ ଦୟାନନ୍ଦ ଗରାନି ବି କରୋନା ସଂକ୍ରମିତ ହୋଇଛନ୍ତି । ସେ ପନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସଂଦେହ କରାଯାଉଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଋଦ୍ଧିମାନ ଶାହା ଓ ବୋଲିଂ କୋଟ୍ ଭରତ ଅରୁନଙ୍କୁ ଏକାନ୍ତବାସରେ ରଖାଯାଇଛି । ତେବେ ସେମାନଙ୍କ ଶରୀରେ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

ଇଂଲଣ୍ଡ ଗସ୍ତରେ ଭାରତ ପାଞ୍ଚଟି ଟେଷ୍ଟ ଖେଳିବା ସହ ନିଜର ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଅଭିଯାନ ଆରମ୍ଭ କରିବ ।

ସମ୍ବନ୍ଧିତ ଖବର