୩୨ ବଲ୍‌ରେ ଶତକ ହାସଲ କଲେ ଋଷଭ ପନ୍ଥ, ଆଶ୍ଚର୍ଯ୍ୟ ହୋଇଗଲେ ଯୁବରାଜ

ନୂଆଦିଲ୍ଲୀ: ଦିଲ୍ଲୀର ଯୁବ ଓ୍ଵିକେଟକିପର ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ଥ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହିମାଚଳ ପ୍ରଦେଶ ବିପକ୍ଷରେ ମାତ୍ର ୩୨ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଟି-୨୦ ଫର୍ମାଟରେ ବ୍ୟାଟ୍‌ସ ମ୍ୟାନ୍‌ଙ୍କ ଦ୍ୱାରା ହାସଲ କରାଯାଇଥିବା ସବୁଠାରୁ ଦ୍ୱିତୀୟ ଦ୍ରୁତ ଗତିର ଶତକ।

ଟି-୨୦ ମ୍ୟାଚ୍‌ରେ ସବୁଠାରୁ ଦ୍ରୁତ ଗତିରେ ଶତକ ହାସଲ କରିଥିବା ଖେଳାଳି ହେଉଛନ୍ତି କ୍ରିସ ଗେଲ୍‌। ସେ ୨୦୧୩ରେ ପୁଣେ ବିପକ୍ଷରେ ମାତ୍ର ୩୦ଟି ବଲରେ ଶତକ ହାସଲ କରିଥିଲେ। ପନ୍ଥ ହିମାଚଳ ପ୍ରଦେଶ ବିପକ୍ଷରେ ୩୮ଟି ବଲରେ ୧୧୬ ରନ୍‌ ସଂଗ୍ରହ କରିଛନ୍ତି। ଏଥି ସହିତ ସେ ଟିମ୍‌କୁ ୧୦ ଓ୍ଵିକେଟରେ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।


ପ୍ରଥମେ ବ୍ୟାଟିଂ କରି ହିମାଳଚ ୧୪୪ରନ୍‌ ସଂଗ୍ରହ କରିଥିଲା। ଗୌତମ ଗମ୍ଭୀର ଓ ଋଷଭ ପନ୍ଥ ୧୪୮ ରନ୍‌ ଓପନିଂ ପାଟନରସିପ୍‌ କରି ଦିଲ୍ଲୀ ପାଇଁ ବିଜୟ ଆଣି ଦେଇଛନ୍ତି। ପନ୍ଥଙ୍କ ଶକତ କୌଣସି ବି ଭାରତୀୟ ଟି-୨୦ ଖେଳାଳିଙ୍କ ତୁଳନାରେ ଦ୍ରୁତତମ ଶତକ।

 

ଗତ ବର୍ଷ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ୩୫ଟି ବଲରେ ଶତକ ହାସଲ କରିଥିଲେ। ରୋହିତ ୪୩ଟି ବଲ ଖେଳି ୧୧୮ ରନ୍‌ ସଂଗ୍ରହ କରିଥିଲେ। ପନ୍ଥଙ୍କ ବିସ୍ଫୋରକ ବ୍ୟାଟିଂରେ ଫିରୋଜ ଶାହା କୋଟଲାରେ ଉପସ୍ଥିତ ଦର୍ଶକ ଓ କ୍ରିକେଟର ଯୁବରାଜ ସିଂହ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯୁବରାଜ ଏଠରେ ପଞ୍ଜାବର ମ୍ୟାଚ୍‌ ପାଇଁ ପହଞ୍ଚିଛନ୍ତି। ଯୁବରାଜ ଟୁଇଟ୍‌ କରିଛନ୍ତି, ଏବେ ଋଷଭ ପନ୍ଥଙ୍କ ସର୍ଟ ଓ ରୋମାଞ୍ଚକ ଶତକ ଦେଖିଲି।

ସମ୍ବନ୍ଧିତ ଖବର