ରାମେଶ୍ବର କପ୍‌ ସେମିରେ ରାଇଜିଂ ଷ୍ଟୁଡେଣ୍ଟ୍‌

ଭୁବନେଶ୍ବର: ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ତୃତୀୟ ଦଳ ଭାବେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ଭୁବନେଶ୍ବରର ଓସ୍କାର୍‌ ସ୍ପୋର୍ଟିଂ କ୍ଲବ୍‌କୁ ୭ ୱିକେଟ୍‌ରେ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ ନେଇଥିବା ଓସ୍କାର ଆଶୀର୍ବାଦ ମହାନ୍ତିଙ୍କ ୪୪ ରନ୍‌ ସତ୍ତ୍ବେ ୩୨ ଓଭରରେ ୧୬୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ରାଇଜିଂ ପକ୍ଷରୁ ଅନ୍ବେଷ ଦାସ ୧୬ ରନ୍‌ରେ ୫ ଓ ବିଶ୍ବଜିତ୍‌ ପାତ୍ର ୩୪ ରନ୍‌ରେ ୩ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ପୁନିତ ବାନାର୍ଜୀଙ୍କ ଅପରାଜିତ ୮୦ (୫୩ ବଲ୍‌) ଓ ପ୍ରିନ୍‌ସ ସଂକେତ ବେହେରାଙ୍କ ୪୨ ରନ୍‌ ବଳରେ ରାଇଜିଂ ଷ୍ଟୁଡେଣ୍ଟ୍‌ ୨୦.୩ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅନ୍ବେଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅତିଥି ଚିନ୍ମୟ ଦାଶ ଓ ପ୍ରତାପ ସ୍ବାଇଁ ପ୍ରଦାନ କରିଥିଲେ। ଶନିବାର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଗତଥା ବିଜେତା ରାମେଶ୍ବର ଏବଂ ଗ୍ରିନ୍‌ସ ଏକା‌ଡେମି ମଧ୍ୟ‌େରେ ଖେଳାଯିବ।

ସମ୍ବନ୍ଧିତ ଖବର