ସେମିରେ ରାଇଜିଂ ଷ୍ଟୁଡ଼େଣ୍ଟ୍‌

ଯାଜପୁରଟାଉନ,: ରଘୁନାଥପୁର ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଅଦ୍ୱୈତ ସ୍ମାରକୀ ୧୧ତମ ଗୋପୀନାଥ ଚ୍ୟାଲେଞ୍ଜ୍‌ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି କଟକର ରାଇଜିଂ ଷ୍ଟୁଡ଼େଣ୍ଟ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ରାଇଜିଂ ଷ୍ଟୁଡ଼େଣ୍ଟ୍‌ର ପ୍ରତୀକ ତ୍ରିପାଠୀ (୬୯ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲ ରାଇଜିଂ ଷ୍ଟୁଡ଼େଣ୍ଟ୍‌-ବିଶ୍ୱଭାରତୀ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର