ନୂଆଦିଲ୍ଲୀ: ଭାରତୀୟ ବାଘୁଣୀ ରିତୁ ଫୋଗଟ ଲଗାତାର ତୃତୀୟ ଏମ୍ଏମ୍ଏ (ମିଶ୍ରିତ ସାମରିକ କଳା) ଟ୍ରଫି ଜିତିଛନ୍ତି। ୨୬ ବର୍ଷୀୟା ରିତୁ କମ୍ବୋଡିଆର ନୋଉ ଶ୍ରେ ପୋଭଙ୍କୁ ନକଆଉଟ୍ କରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ରିତୁ ଗତ କିଛି ମାସ ହେବ ଏମ୍ଏମ୍ଏ ଫାଇଟ୍ରେ ଅଂଶ ଗ୍ରହଣ କରୁଥିଲା ବେଳେ ନିଜ ଶକ୍ତିଶାଳୀ ଆକ୍ରମଣରେ ସମସ୍ତଙ୍କୁ ଚକିତ କରିଛନ୍ତି। ହ୍ୟାଟ୍ରିକ୍ ଏମ୍ଏମ୍ଏ ଟ୍ରଫି ଜିତିବା ଗୌରବର ବିଷୟ ବୋଲି ଶ୍ରେ ପୋଭଙ୍କ ବିପକ୍ଷ ଲଢ଼େଇକୁ ଅତି ସହଜରେ ଜିତି ନେବା ପରେ ରିତୁ କହିଛନ୍ତି। ରିତୁ ତାଙ୍କଠାରୁ ଢେର ଶକ୍ତିଶାଳୀ ଥିଲେ ବୋଲି ମଧ୍ୟ ଶ୍ରେ ପୋଭ ସ୍ବୀକାର କରିଥିଲେ।
ରିତୁଙ୍କୁ ହ୍ୟାଟ୍ରିକ୍ ଏମ୍ଏମ୍ଏ ଟ୍ରଫି
/sambad/media/post_attachments/wp-content/uploads/2020/11/ritu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)