ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ନେତୃତ୍ବ ନେବାକୁ ଯାଉଥିବା ଋତୁରାଜ ଗାଏକ୍ବାଡ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ଅଛନ୍ତି। ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛି। ତେଣୁ ଏଭଳି ସୁଯୋଗକୁ ହାତଛଡ଼ା ନକରି ଦେଶକୁ ଗୌରବାନ୍ବିତ କରିବା ପାଇଁ ଏହା ବଡ଼ ସୁଯୋଗ। ଏସୀୟ କ୍ରୀଡ଼ାକୁ ଆମେ ଟିଭିରେ ଦେଖିକରି ବଡ଼ ହୋଇଛି। କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ପଦକ ଜିତୁଛନ୍ତି। ଏବେ ଆମ ପାଖରେ ମଧ୍ୟ ପଦକ ଜିତିବା ସୁଯୋଗ ରହିବ ବୋଲି ଋତୁରାଜ କହିଛନ୍ତି। ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଖେଳାଯିବ। ୨୦୧୪ରେ ପ୍ରଥମ ଥର ଏସୀୟ କ୍ରୀଡ଼ାରେ କ୍ରିକେଟ୍‌ ସାମିଲ ହୋଇଥିଲା। ସେତେବେଳେ ଭାରତୀୟ କ୍ରିକେଟ ଦଳ ଏଥିରେ ଅଂଶଗ୍ରହଣ କରିନଥିଲା।