ରିଜୱାନଙ୍କ ଶତକ: ପାକିସ୍ତାନ ୩ ରନ୍‌ରେ ବିଜୟୀ

ଲାହୋର: ମହମ୍ମଦ ରିଜୱାନଙ୍କ ବିସ୍ଫୋରକ ଶତକ (୧୦୪*, ୬୪ ବଲ୍‌, ୬ ଚ‌ୌକା, ୭ ଛକା) ବଳରେ ପାକିସ୍ତାନ ଗୁରୁବାର ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ରିଜୱାନଙ୍କ ୬୩ ବଲ୍‌ ଶତକ ବଳରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଫେଲୁକ୍ବାୟା ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ଫର୍ଟୁନ, ସିପମାଲା, ସାମ୍‌ସୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଜାନେମନ ମଲାନ୍ (୪୪, ୨୯ ବଲ୍) ଏବଂ ରିଜା ହେଣ୍ଡ୍ରିକ୍ସ (୫୪, ୪୨ ବଲ) ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଦଳ ଦିଗହରା ହୋଇଯାଇଥିଲା। ତଥାପି ଶେଷ ବଲ୍‌ରୁ ଛକା ଆବଶ୍ୟକ ପଡ଼ିଥିବା ବେଳେ ଫହିମ୍‌ଙ୍କଠାରୁ ଫର୍ଟୁନ୍‌ ମାତ୍ର ୨ ରନ୍ ସଂଗ୍ରହ କରିପାରିଥିଲେ। ଦକ୍ଷିଣ ଆଫ୍ରିକା ୧୬୬/୬ରେ ସୀମିତ ରହିଥିଲା। ରିଜୱାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।

ସମ୍ବନ୍ଧିତ ଖବର