ସାଙ୍ଗଲୀ: ଗତ ସପ୍ତାହରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣ ଶକ୍ତିଉତ୍ତୋଳକ ପ୍ରାଣ ହରାଇଥିଲେ। ଏବେ ଆଉ ୫ ଜଣ କୁସ୍ତିଯୋଦ୍ଧା ସମାନ ପରିସ୍ଥିତିରେ ପ୍ରାଣ ହରାଇଛନ୍ତି। ଶନିବାର ସକାଳେ ମହାରାଷ୍ଟ୍ରର କାଡେଗାଁରୁ ସାଙ୍ଗଲୀ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ଏସ୍ୟୁଭିରେ ଫେରୁଥିବାବେଳେ ଅପର ପକ୍ଷରୁ ଆସୁଥିବା ଏକ ଟ୍ରାକ୍ଟର ସହିତ ଧକ୍କା ଲାଗିବାରୁ ଏହି ଦୁଃଖଦ ଘଟଣା ଘଟିଛି। ଏଥିରେ ବିଜୟ ପାଟିଲ (ରାମପୁର), ଶୁଭମ ଘାରେ (ସାହୋଲି, ସାଙ୍ଗଲୀ), ସୌରଭ ମାନେ (ମାଲଖେଦ, କାରଡ଼), ଆକାଶ ଦେଶାଇ (କାଲେ, ସତାରା), ଅବିନାଶ ଗାଏକ୍ୱାଡ (ସିରାଲା, ସାଙ୍ଗଲୀ) ଏବଂ ଏସ୍ୟୁଭି ଚାଳକ ରଂଜିତ ଧନଓ୍ଵାଡେଙ୍କ ପ୍ରାୟ ବାୟୁ ଉଡ଼ିଯାଇଥିଲା। ଚାଳକକୁ ମିଶାଇ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି କାର୍ରେ ଦଳର ପ୍ରଶିକ୍ଷକ ବିଜୟ ମୋହିତେ ଥିଲେ ମଧ୍ୟ ଦୁର୍ଘଟଣାର କିଛି ଦୂର ପୂର୍ବରୁ ତାଙ୍କ ଘର ପଡ଼ିବାରୁ ସେ ଓହ୍ଲାଇଯାଇଥିଲେ। ଅନ୍ୟ ୫ ଜଣ ଆହତ କୁସ୍ତିଯୋଦ୍ଧା ଆହତ ହୋଇ ମୀରାଜସ୍ଥିତ ସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ କୁସ୍ତିଯୋଦ୍ଧାମାନେ ସାଙ୍ଗଲୀର କ୍ରାନ୍ତି ରେସଲିଂ ସେଣ୍ଟରରେ ଦୈନିକ ତାଲିମ ନେଇଥାନ୍ତି। ଦୁର୍ଘଟଣା ସମ୍ପର୍କରେ ପୁଲିସ୍ ତଦନ୍ତ କରୁଛି ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରାକ୍ଟର ଚାଳକକୁ ଠାବ କରିବାକୁ ଉଦ୍ୟମ ହେଉଛି ବୋଲି ପୁଲିସ୍ କହିଛି।
ସଡ଼କ ଦୁର୍ଘଟଣାରେ ୫ କୁସ୍ତିଯୋଦ୍ଧା ମୃତ
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)