ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍-୨୦୧୯ ଭାରତୀୟ କ୍ରିକେଟ୍ ପାଇଁ କେବଳ ନିରାଶାରେ ପରିପୂର୍ଣ୍ଣ ନଥିଲା ବରଂ ବିବାଦରେ ମଧ୍ୟ ପରିପୂର୍ଣ୍ଣ ଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହିତ ଭାରତୀୟ ଦଳର ଅଭିଯାନ ଶେଷ ହୋଇଥିଲେ। ଏହାକୁ ନେଇ ଟିମ୍ ଟ୍ରୋଲ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଆଯାଇଥିବା ଏକ ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲା। ନିଷ୍ପତ୍ତିଟି ଥିଲା କ୍ରିକେଟର ଅମ୍ବତି ରାୟୁଡୁଙ୍କୁ ଦଳରୁ ବାଦ ଦେବା ।
ଟୁର୍ଣ୍ଣାମେଣ୍ଟ ସମୟରେ ଶିଖର ଧୱନ ଏବଂ ବିଜୟ ଶଙ୍କରଙ୍କ ଭଳି ଖେଳାଳି ଆହତ ହେବା ପରେ ଭାରତକୁ ଅନ୍ୟ ଖେଳାଳିଙ୍କ ଆବଶ୍ୟକତା ଥିଲା, ତଥାପି ମଧ୍ୟ ରାୟୁଡୁଙ୍କୁ ଦଳରେ ସାମିଲ କରାଯାଇ ନଥିଲା। ଏହାର କାରଣ ଥିଲେ ଭାରତର ଷ୍ଟାର କ୍ରିକେଟର ତଥା ସେତେବେଳେ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଅଧିନାୟକତ୍ବ ସମ୍ଭାଳୁଥିବା ବିରାଟ କୋହଲି।
ପ୍ରାୟ ଛଅ ବର୍ଷ ପରେ ପୂର୍ବତନ କ୍ରିକେଟର ଏବଂ ୨୦୦୭ ଟି-୨୦ ବିଶ୍ୱକପ୍ ବିଜେତା ରବିନ୍ ଉଥପ୍ପା ଏହି ଖୁଲାସା କରିଛନ୍ତି। ଜାତୀୟ ଗଣମାଧ୍ୟମ ଲଲନଟପ୍କୁ ଦେଇଥିବା ଏକ ସାକ୍ଷାତକାରରେ ଉଥପ୍ପା କହିଛନ୍ତି ଯେ, "ରାୟୁଡୁଙ୍କୁ ଦଳରୁ ବାହାର କରିବାରେ ଅଧିନାୟକ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯଦି ବିରାଟ କୋହଲିଙ୍କୁ କୌଣସି ଖେଳାଳି ପସନ୍ଦ ନଆସନ୍ତି, ତେବେ ସେ ତାଙ୍କୁ ଦଳରେ ରଖନ୍ତି ନାହିଁ। ଅମ୍ବତି ରାୟୁଡୁ ଏହାର ସବୁଠାରୁ ବଡ଼ ଉଦାହରଣ। ରାୟୁଡୁଙ୍କ ପାଖରେ ବିଶ୍ୱକପ୍ କିଟ୍ ଏବଂ ପୋଷାକ ମଧ୍ୟ ପ୍ରସ୍ତୁତ ଥିଲା। ସେ ଖେଳିବେ ବୋଲି ଆତ୍ମବିଶ୍ୱାସୀ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଇଁ ଦ୍ୱାର ବନ୍ଦ ହୋଇଯାଇଥିଲା। ଏହା ବହୁତ ଭୁଲ ଥିଲା।"
ରବିନ୍ ଉଥପ୍ପାଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/13/SNWnodUVPEmmWSmkEJ0H.jpg)