ସିଡନି : ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସୁଛି। ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ତାଙ୍କ ସାଥୀ ମ୍ୟାଟ୍ ଏବଡନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ରୋହନ ଓ ମ୍ୟାଟ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ରେ ଇଟାଲୀର ସିମୋନ୍ ବୋଲେଲି ଓ ୱାଓସୋରୀଙ୍କୁ ପରାସ୍ତ କରିଛନ୍ତି। ରୋହନ ବୋପାନ୍ନା ଓ ମ୍ୟାଟ୍ ଏବଡନ୍ ୭-୬, ୭-୫ରେ ସିମୋନ ବୋଲେଲି ଓ ୱାଓସୋରିଙ୍କୁ ପରାସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ରୋହନ ବୋପାନ୍ନା ଗ୍ରାଣ୍ଡସ୍ଲାମ୍ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କ ବୟସ ୪୩ ବର୍ଷ ରହିଛି ।
ରୋହନ ବୋପାନ୍ନାଙ୍କ ପୂର୍ବରୁ ଗ୍ରାଣ୍ଡସ୍ଲାମ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ଥିଲେ ନେଦରଲାଣ୍ଡର ଜିନ୍ ଜୁଲିଆନ୍ ରୋଜର। ୪୦ ବର୍ଷ ୯ ମାସ ବୟସରେ ଜିନ୍ ଜୁଲିଆନ୍ ରୋଜର ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିଲେ।
ଫାଇନାଲ ମ୍ୟାଚରେ ରୋହନ ବୋପାନ୍ନା ଓ ମ୍ୟାଟ୍ ଏବଡେନଙ୍କ ଯୋଡ଼ିକୁ ଇଟାଲୀର ସିମୋନ ବୋଲେଲି ଓ ୱାଓସୋରୀଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ସେମାନଙ୍କୁ ବିଜୟରୁ ରୋକି ପାରିନଥିଲେ। ପ୍ରଥମ ସେଟ୍ ଟାଇ ବ୍ରେକରକୁ ଯାଇଥିଲା। ଟାଇବ୍ରେକରରେ ବୋପାନ୍ନା ଓ ଏବଡେନଙ୍କ ଯୋଡ଼ି ଗୋଟିଏ ବି ମ୍ୟାଚ୍ ହାରିନଥିଲେ। ଏହି ଫାଇନାଲ ମ୍ୟାଚ୍ ୧ ଘଣ୍ଟା ୩୯ ମିନିଟ୍ ଧରି ଚାଲିଥିଲା। କିନ୍ତୁ ଶେଷରେ ରୋହନ ଓ ମ୍ୟାଟ୍ ଙ୍କ ଯୋଡ଼ି ଟାଇଟଲ ଜିତିଥିଲେ।