ନୂଆଦିଲ୍ଲୀ: ଗୋଟିଏ ଟେଷ୍ଟ୍ ପାଳିରେ ସର୍ବାଧିକ ବ୍ୟକ୍ତିଗତ ରନ୍ (୪୦୦*) କରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍ର ମହାନ ଖେଳାଳି ବ୍ରାଏନ୍ ଲାରାଙ୍କ ନାଁରେ ରହିଛି। ତାଙ୍କର ଏହି ବିରଳ ବିଶ୍ବ କୀର୍ତ୍ତିମାନ ଭାଙ୍ଗିବା ଦକ୍ଷତା ଦୁଇ ଜଣ ଭାରତୀୟ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କର ରହିଛି ବୋଲି ଲାରା ରବିବାର କହିଛନ୍ତି। କୋହଲି ଏବଂ ରୋହିତଙ୍କୁ ସମର୍ଥନ କରି ସେ କହିଛନ୍ତି ଯେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଖେଳାଳିମାନେ ହିଁ ଯେ କୌଣସି କୀର୍ତ୍ତିମାନ ଭାଙ୍ଗିପାରିବେ। କୋହଲି ଏବଂ ରୋହିତଙ୍କ ଭଳି ଖେଳାଳିମାନେ କୌଣସି ଏକ ଭଲ ଦିନରେ ମୋ କୀର୍ତ୍ତିମାନକୁ ପଛରେ ପକାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ନଭେମ୍ବରରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ପାକିସ୍ତାନ ବିପକ୍ଷରେ ୩୩୫ ରନ୍ର ଅପରାଜିତ ପାଳି ଖେଳି ଲାରାଙ୍କ କୀର୍ତ୍ତିମାନ ଭାଙ୍ଗିବାର ନିକଟତର ହୋଇଥିଲେ। ତ୍ରୁଟିହୀନ ବ୍ୟାଟିଂ କରୁଥିବାରୁ ସେ ମଧ୍ୟ ଲାରାଙ୍କୁ ଟପିବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ପାଳି ଘୋଷଣା କରିବା ପରେ ୱାର୍ନର ଏଥିରୁ ବଞ୍ଚିତ ହୋଇଥିଲେ। ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାରା ଏହି ବିଷୟରେ କହିଥିଲେ ଯେ ଏଥିନେଇ ୱାର୍ନରଙ୍କ ସହ ମୁଁ ଆଲୋଚନା କରିଥିଲି। ସେ କହିଥିଲେ ସବୁକିଛି ଦଳର ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା। ତା’ ଛଡ଼ା ବର୍ଷା ମଧ୍ୟ ଏଥିରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଥିଲା। ତେବେ ୱାର୍ନର ୪୦୦ ରନ୍ର ପାଳି ଖେଳିବାକୁ ବ୍ୟକ୍ତିଗତ ଭାବେ ବେଶ୍ ଆଗ୍ରହୀ ଥିଲେ।
ବିରାଟ ଓ ରୋହିତ ମୋ କୀର୍ତ୍ତିମାନ ଭାଙ୍ଗିପାରିବେ: ଲାରା
/sambad/media/post_attachments/wp-content/uploads/2019/12/laraaaaa_OYUvVl8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)