ବର୍ମିଙ୍ଗ୍ହାମ୍: ଭାରତୀୟ ଅଧିନାୟକ ରୋହିତ ଶର୍ମା ଶେଷରେ କୋଭିଡ୍ରୁ ମୁକୁଳିଛନ୍ତି। କୋଭିଡ୍ ପଜିଟିଭ୍ ଯୋଗୁଁ ଏକାନ୍ତବାସରେ ରହିଥିବା ରୋହିତଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ବାହାରକୁ ଆସିଛନ୍ତି। ରୋହିତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ସେ ମେଡିକାଲ ପ୍ରୋଟୋକଲ ଅନୁଯାୟୀ ସଂଗରୋଧରୁ ବାହାରି ଯାଇଛନ୍ତି। ସେ ଆଜି ନର୍ଥମ୍ପଟନ୍ ବିପକ୍ଷ ଅଭ୍ୟାସ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିନାହାନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ଲାଗିବ। ହେଲେ ଟେଷ୍ଟ୍ରୁ ବଞ୍ଚିତ ହୋଇଥିବା ରୋହିତ ଆସନ୍ତା ୭ ତାରିଖରେ ସାଉଥମ୍ପଟନ୍ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ମେଡିକାଲ ପ୍ରୋଟୋକଲ୍ ଅନୁଯାୟୀ କୌଣସି ଖେଳାଳି ସଂଗରୋଧରୁ ବାହାରିବା ପରେ ତାଙ୍କ ଫୁସ୍ଫୁସ୍ର ସାମର୍ଥ ଯାଞ୍ଚ୍ ପାଇଁ କାର୍ଡିଓଭସ୍କୁଲାର ପରୀକ୍ଷା ବାଧ୍ୟତାମୂଳକ ରହିଛି। କୋଭିଡ୍ ପରବର୍ତୀ ସମୟରେ ତାଙ୍କ ଫୁସ୍ଫୁସ୍ କିପରି କାର୍ଯ୍ୟ କରୁଛି ତାହା ମଧ୍ୟ ଯାଞ୍ଚ କରାଯାଏ। ଏହି ଦୃଷ୍ଟିରୁ ରୋହିତଙ୍କୁ ଆଉ କିଛି ଦିନ ବିଶ୍ରାମ ଆବଶ୍ୟକ ରହିଥିବା ବିସିସିଆଇ କହିଛି।
ଏକାନ୍ତବାସରୁ ବାହାରିଲେ ରୋହିତ
/sambad/media/post_attachments/wp-content/uploads/2022/07/rohit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)