ରବିବାର ରାତିରେ ଶେଷ ବଲ୍ରେ ଛକା ମାରି ଓ୍ଵିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତିକ ଭାରତକୁ ନିଦାହାସ ଟ୍ରଫି ଉପହାର ଦେଇଥିଲେ। ହେଲେ ତାଙ୍କର ସେହି ସ୍ମରଣୀୟ ଏବଂ ମ୍ୟାଚ୍ ବିଜୟୀ ଛକାକୁ ଅଧିନାୟକ ରୋହିତ ଶର୍ମା ଦୁର୍ଭାଗ୍ୟଜନକ ଭାବେ ଦେଖି ପାରି ନଥିଲେ। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି କଥା ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ ମୁଁ ସେତେବେଳେ ଡ୍ରେସିଂ ରୁମ୍ରେ ପ୍ୟାଡ୍ ପିନ୍ଧିବାକୁ ଚାଲି ଯାଇଥିଲି। ଶେଷ ବଲ୍ରୁ ୫ ରନ୍ର ଦରକାର ଥିଲା ବେଳେ କାର୍ତିକ ଚୌକା ମାରିବେ ବୋଲି ମୋର ଆଶା ଥିଲା। ଏଣୁ ସୁପରଓଭରରେ ମ୍ୟାଚ୍ର ଫୈସଲା ହେବ ଭାବି ନେଇ ଶେଷ ବଲ୍ର ଠିକ୍ ପୂର୍ବରୁ ଡ୍ରେସିଂ ରୁମ୍ ଭିତରକୁ ଚାଲି ଯାଇଥିଲି। ଏଣୁ ସେହି ଛକା ଦେଖିବାରୁ ବଞ୍ଚିତ ହେଲି। ଦୀନେଶଙ୍କ ବ୍ୟାଟିଂ ଦେଖି କିନ୍ତୁ ମୋତେ ବହୁତ ଆତ୍ମସନ୍ତୋଷ ମିଳିଥିଲା। ସେ ଯାହା କଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଶୃଙ୍ଖଳାରେ ତାଙ୍କୁ ଅଧିକ ବ୍ୟାଟିଂ କରିବାର ସୁଯୋଗ ମିଳିନି। ହେଲେ ଯେତିକି ବି ମିଳିଛି ସେ ତାକୁ ସବୁଦିନ ପାଇଁ ସ୍ମରଣୀୟ କରିଦେଲେ।
କାର୍ତିକଙ୍କ ଛକାକୁ ଦେଖି ପାରି ନଥିଲେ ରୋହିତ
/sambad/media/post_attachments/wp-content/uploads/2018/03/rohit-sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)