ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ଧାଓ୍ଵନ, ରୋହିତଙ୍କ ଅର୍ଦ୍ଧଶତକ

ମାଉଣ୍ଟ୍‌ ମେଙ୍ଗନୁଇ (ନ୍ୟୁଜିଲାଣ୍ଡ୍‌): ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମାଉଣ୍ଟ୍‌ ମେଙ୍ଗନୁଇର ବେ ଓଭାଲ ଠାରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ ଭାରତୀୟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ୍‌ କରି ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶିଖର ଧାଓ୍ଵନ ୬୭ଟି ବଲ ଖେଳି ୯ଟି ଚୌକା ସହାୟତାରେ ୬୬ରନ୍‌ ସଂଗ୍ରହ କରିଥିବା ବେଳେ ବୋଲ୍ଟଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ପରେ ରୋହିତ ଶର୍ମାଙ୍କ ସହିତ ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ତେବେ ରୋହିତ ଓ କୋହଲି ଭାରତର ସ୍କୋରକୁ ଆଗକୁ ବଢ଼ାଉଥିବା ବେଳେ ରୋହିତ ଶର୍ମା ୮୭ରନ୍‌ରେ ଆଉଟ ହୋଇ ପାଭିଲିୟନକୁ ଫେରି ଯାଇଛନ୍ତି। ସେ ମାତ୍ର ୧୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ରୋହିତ ନିଜ ବ୍ୟାଟିଂରେ ୯୬ଟି ବଲ ଖେଳି ୩ଟି ଛକା ଓ ୯ ଟି ଚୌକା ସହାୟତାରେ ଏହି ରନ୍‌ ସଂଗ୍ରହ କରିଥିଲେ।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନେରୀ ନିକୋଲାସ, କଲିନ ଡି ଗ୍ରାମହୋମ, ଡଉ୍‌ ବ୍ରେସେଓ୍ଵଲ,ଇଶ ସୋଧି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର