ରିଚାର୍ଡସଙ୍କ ସମକକ୍ଷ ହେବେ ରୋହିତ

ଲଣ୍ଡନ୍: ରବିବାର ରୋହିତ ଶର୍ମା ଯଦି ୨୦ରୁ ଊର୍ଧ୍ବ ରନ୍‌ କରନ୍ତି‌ ତେବେ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଯିବେ। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ରୁ ଊର୍ଧ୍ବ ରନ୍‌ କରିବାରେ ସେ ହେବେ ବିଶ୍ବର ଚତୁର୍ଥ ଖେଳାଳି। ଭାରତୀୟ ଦଳର ଏହି ଉପ ଅଧିନାୟକ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୧୨୨* ରନ୍ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବାରୁ ଏଭଳି ଆଶା ରବିବାର ପୂରଣ ହୋଇଯିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ ଏବଂ ଦେଶମଣ୍ଡ ହେନ୍ସ ୨୦୦୦ ରନ୍ କରିଛନ୍ତି। ରବିବାର ‌ସେ ଅନ୍ୟୁନ ୨୦ ରନ୍ କଲେ ମଧ୍ୟ ଏହି ମାଇଲଖୁଣ୍ଟ୍ ଛୁଇଁବାରେ ଦ୍ରୁତତମ ସାବ୍ୟସ୍ତ ହେବେ। ତେନ୍ଦୁଲକର ୫୧ ପାଳି, ହେନ୍ସ ୫୯ ପାଳି ଏବଂ ରିଚାର୍ଡସ ୪୫ ପାଳିରୁ ୨୦୦୦ ରନ୍‌ ଟପିଥିଲେ। ରୋହିତ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୩୭ତମ ପାଳି ଖେଳିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଭାରତୀୟଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୯) ଏବଂ ବିରାଟ କୋହଲି (୮)ଙ୍କ ପରେ ରୋହିତ ଶର୍ମା (୭) ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର