ଦ୍ୱିତୀୟ ବିବାହ ବାର୍ଷିକୀରେ ରୋହିତ ଶର୍ମା ପତ୍ନୀଙ୍କୁ ଉପହାର ଦେଲେ ୩ୟ ଦ୍ୱିଶତକ

ନୂଆଦିଲ୍ଲୀ: ନିଜର ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ଟିମ୍‌ ଇଣ୍ଡିଆର କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମା(ଅପରାଜିତ ୨୦୮ ରନ୍‌) ବୁଧବାର ନିଜର ପତ୍ନୀ ରିତିକାଙ୍କୁ ଦିନିକିଆ କ୍ୟାରିୟର ୩ୟ ଦ୍ୱିଶତକ ଉପହାର ଦେଇଛନ୍ତି। ଭାରତ ପାଇଁ ରୋହିତଙ୍କ ପାଇଁ ଏହି ଦ୍ୱିଶତକ ଯେତିକି ମୂଲ୍ୟବାନ, ରିତିକାଙ୍କ ପାଇଁ ମଧ୍ୟ ସେତିକି ସ୍ମରଣୀୟ। ରୋହିତ ଶର୍ମା ୧୫୩ ଟି ବଲ ଖେଳି ଏହି ଅନୁଭୂତି ଆଣିଛନ୍ତି। ରୋହିତଙ୍କ ଅର୍ଦ୍ଧଶତକ ପରେ ପତ୍ନୀ ବିଚଳିତ ହୋଇ ପଡୁଥିଲେ। ଶତକ ପରେ ସେ ପ୍ରତିଟି ମୁହୂର୍ତ୍ତରେ ଅଲଗା ଦେଖାଯାଉଥିଲେ।

ସୂଚନାଯୋଗ୍ୟ ରୋହିତ ଶର୍ମା ୨୦୧୫ ଡିସେମ୍ବର ୧୩ରେ ରିତିକାଙ୍କୁ ବିବାହ କରିଥିଲେ। ରୋହିତ ୧୭୩ତମ ଦିନିକିଆରେ ମୋହାଲିରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। କାରଣ ରୋହିତଙ୍କ ବ୍ୟାଟିଂ ବଳରେ ମେହାଲି ସର୍ବୋଚ୍ଚ ରନ ଦେଖି ପାରିଛି।

ପଞ୍ଜାବର ମୋହାଲିସ୍ଥିତ ପିସିଏ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୩୯୨ ରନ୍‌ ସଂଗ୍ରହ କରିଛି। ଓପନର ଶିଖର ଧାଓ୍ଵନ(୬୮) ରନ୍‌ ସଂଗ୍ରହ କରି ପାଭଲିୟନକୁ ଫେରିବା ପରେ ରୋହିତ ପୂରା ଇନିଂସର ଦାୟିତ୍ୱ ନେଇଥିଲେ। ସେ ପାଳି ସରିବା ପର୍ଯ୍ୟନ୍ତ ଧୁରନ୍ଧର ବ୍ୟାଟିଂ କରି ଭାରତର ଦମ ଦେଖାଇଥିଲେ। ଏଥି ସହିତ ରୋହିତ ଗତ ଡିସେମ୍ବର ୧୦ରେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିଆର ଜବାବ ଦେଇଛନ୍ତି।

ସମ୍ବନ୍ଧିତ ଖବର