ମୁମ୍ବାଇ: ସ୍ପେନୀୟ ଫୁଟ୍ବଲ୍ ଲିଗ୍ ଲା-ଲିଗା’ ଭାରତୀୟ କ୍ରିକେଟର୍ ରୋହିତ ଶର୍ମାଙ୍କୁ ଦୂତ ଭାବେ ନିଯୁକ୍ତ କରିଛି। ଏହା ସହିତ ଲା-ଲିଗା’ ପ୍ରଥମ ଥର ପାଇଁ କୌଣସି ଅଣଫୁଟ୍ବଲ୍ ଖେଳାଳିଙ୍କୁ ତା’ର ଦୂତ ଭାବେ ଚୟନ କରିଛି। ଗୁରୁବାର ଲା-ଲିଗା’ରେ ଯୋଡ଼ି ହେବା ପରେ ରୋହିତ ଖୁସି ବ୍ୟକ୍ତ କରିବା ସହିତ ଭାରତରେ ଫୁଟ୍ବଲ୍ ପ୍ରତି ଥିବା ଉତ୍ସାହ କଥା କହିଛନ୍ତି। ଭାରତରେ ଗତ ୫ ବର୍ଷ ହେବ ଫୁଟ୍ବଲ୍ର ଲୋକପ୍ରିୟତା ବଢ଼ିଚାଲିଛି। ଲା-ଲିଗା’ ମଧ୍ୟ ଭାରତରେ ତୃଣମୂଳସ୍ତରରେ ଫୁଟ୍ବଲ୍ ଖେଳାଳି ପାଇଁ କାମ କରୁଛି ବୋଲି କହିଛନ୍ତି ରୋହିତ। ସୂଚନାଯୋଗ୍ୟ, ଲା-ଲିଗା’ ୨୦୧୭ରୁ ଭାରତରେ ଫୁଟ୍ବଲ୍ ଓ ନିଜର ଲୋକପ୍ରିୟତା ବଢ଼ାଇବାକୁ ଉଦ୍ୟମ କରୁଛି। ଏହି ସ୍ପେନୀୟ ଲିଗ୍ ଭାରତରେ ଶାଖା ଖୋଲିବା ସହିତ ଏକ ଫୁଟ୍ବଲ୍ ବିଦ୍ୟାଳୟ ଖୋଲିଛି ଓ ଫେସ୍ବୁକ୍ ସହ ଭାଗୀଦାରି କରି ପାୟୋନିୟର୍ ଚାନେଲ୍ ମାଧ୍ୟମରେ ଲିଗ୍ ନିଜ ମ୍ୟାଚ୍ଗୁଡିକର ବିନା ମୂଲ୍ୟରେ ଭାରତରେ ପ୍ରସାରଣ କରୁଛି। ଭାରତୀୟ ଶାଖାର କାର୍ଯ୍ୟକାରୀ ନିର୍ଦେଶକ ଜୋସ୍ ଆଣ୍ଟୋନିଓ କାଚାଜା କହିଛନ୍ତି ଯେ ସାରା ବିଶ୍ବ ଭଳି ଭାରତରେ ମଧ୍ୟ ଫୁଟ୍ବଲ୍ ଖେଳ ପ୍ରତି ଉତ୍ସାହ ଭରି ରହିଛି। ସେଥିପାଇଁ ଆମେ ଭାରତରେ ଏହାକୁ ଅଧିକ ପ୍ରସାରିତ କରିବା ସହିତ ଲୋକପ୍ରିୟ ଭାରତୀୟ କ୍ରିକେଟର୍ ରୋହିତ୍ ଶର୍ମାଙ୍କୁ ଦୂତ ଭାବେ ନିଯୁକ୍ତ କରିଛୁ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ଭଲ ଫୁଟବଲ୍ ଖେଳାଳି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟର ମଧ୍ୟ ଫୁଟ୍ବଲ୍କୁ ଅନୁସରଣ କରିବା ସହିତ ଫୁଟବଲର୍ଙ୍କ ପରି କେଶ ରଖନ୍ତି ବୋଲି ରୋହିତ ସୂଚନା ଦେଇଛନ୍ତି।
ସ୍ପେନୀୟ ଫୁଟ୍ବଲ୍ ଲା-ଲିଗା’ର ଦୂତ ହେଲେ ରୋହିତ
/sambad/media/post_attachments/wp-content/uploads/2019/12/d65ag498dag798dag74da5g4da65g4da65g4da65g4da65g4da65g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)