ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଆଇପିଏଲ୍ରେ ୨୦୦ ମ୍ୟାଚ୍ ଖେଳିବାରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଚଳିତ ସଂସ୍କରଣରେ ଗତ ମାସରେ ଧୋନି ୨୦୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ହୋଇଥିଲେ। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ତ୍ରୟୋଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଖେଳି ରୋହିତ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଆଇପିଏଲ୍ ଇତିହାସରେ ଧୋନି (ଚେନ୍ନାଇ ଏବଂ ରାଇଜିଂ ପୁନେ ସୁପରଜିଆଣ୍ଟ୍)ଙ୍କ ଭଳି ରୋହିତ ମଧ୍ୟ ଦୁଇଟି ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୫୫ ମ୍ୟାଚ୍ ଖେଳିଥିଲା ବେଳେ ଅବଶିଷ୍ଟ ୪୫ ମ୍ୟାଚ୍ ଡେକାନ୍ ଚାର୍ଜର୍ସ ପକ୍ଷରୁ ଖେଳିଥିଲେ। ୨୦୦୮ରୁ ଆଇପିଏଲ୍ ପଦାର୍ପଣ କରିଥିବା ରୋହିତ ନିଜ ନାମରେ ଗୋଟିଏ ଶତକ ଏବଂ ୩୮ ଅର୍ଧଶତକ ଯୋଡ଼ିଛନ୍ତି। ମୁମ୍ବାଇ ପକ୍ଷରୁ ପଞ୍ଚମ ଥର ଟ୍ରଫି ଜିତିଥିବା ରୋହିତ ଉଭୟ ଫ୍ରାଞ୍ଚାଇଜ୍କୁ ମିଶାଇ ଷଷ୍ଠ ଥର ବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ସର୍ବାଧିକ ୨୦୪ ମ୍ୟାଚ୍ ଖେଳିଥିବା ଧୋନି ୨୩ ଅର୍ଧଶତକ (ସର୍ବାଧିକ ୮୪*) ସହିତ ମୋଟ ୪୬୩୨ ରନ୍ କରିଛନ୍ତି।
୨୦୦ ମ୍ୟାଚ୍ ଖେଳିବାରେ ରୋହିତ ଦ୍ବିତୀୟ
/sambad/media/post_attachments/wp-content/uploads/2020/11/rohit-mumbai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)