ରୋହିତ ବିଶ୍ବର ବିପଜ୍ଜନକ ବ୍ୟାଟ୍ସମ୍ୟାନ: ବ୍ରେଟ୍‌ ଲି

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଶନିବାର ଆବୁଧାବିରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି’ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଦୁନିଆର ସବୁଠୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍‌‌ ବୋଲି କହିଛନ୍ତି। ଲି’ କିଙ୍ଗସ ଇଲେଭେନ୍‌ ପଞ୍ଜାବ ଏବଂ କୋଲ୍‌କାତା ନାଇଟ୍‌ ରାଇଡର୍ସ ପକ୍ଷରୁ ‌ଆଇପିଏଲ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ରନ୍‌ କରିବେ। ସେ ମଧ୍ୟ ଜଣେ ଭଲ ନେତା। ମୁଁ ଭାବୁଛି ସେ ଉଭୟ ନେତୃତ୍ବ ଓ ରନ୍‌ରେ ଦଳକୁ ଆଗକୁ ନେବେ ବୋଲି ଷ୍ଟାର ସ୍ପୋର୍ଟ୍ସ ‌ସୋ’ ‘‘କ୍ରିକେଟ୍‌ କନେକ୍ଟେଡ୍‌’’ରେ ଲି’ କହିଛନ୍ତି। ସୂଚନାଯୋଗ୍ୟ ଯେ ରୋହିତ ଆଇପିଏଲ୍‌ରେ ୧୮୮ ମ୍ୟାଚ୍‌ ଖେଳି ୩୧.୬୦ ହାରରେ ୪୮୯୮ ରନ୍‌ କରି ସର୍ବାଧିକ ରନ୍‌ ହାସଲକାରୀ ତାଲିକାରେ ତୃତୀୟରେ ରହିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୩୦.୮୨ ଥିଲା ବେଳେ ୧୯୪ ଛକା ମାରିଛନ୍ତି। ସର୍ବାଧିକ ଛକା ମାରିବାରେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର