ମୁମ୍ବାଇ: ଆସନ୍ତା ସପ୍ତାହରେ ଲଣ୍ଡନରେ ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ୍ ଇଂଲଣ୍ଡ ଗସ୍ତ କରିଛନ୍ତି। ଜୟସ୍ବାଲ୍ ତାଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ରୋହିତଙ୍କ ସହ ଏକ ସେଲ୍ଫି ଫଟୋ ପୋଷ୍ଟ କରି ଏହି ଗସ୍ତ ବିଷୟରେ ସୂଚନା ଦେଇଥିଲେ। ଆଇପିଏଲ୍ କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଫେରିଯାଇଥିଲେ। ସେଠାରୁ ସେମାନେ ଇଂଲଣ୍ଡକୁ ଯାତ୍ରା କରିବେ। ଗତ ସପ୍ତାହରେ ଅକ୍ଷର ପଟେଲ, ଉମେଶ ଯାଦବ, ଶର୍ଦ୍ଦୁଳ ଠାକୁର ଓ ବିରାଟ କୋହଲି ଲଣ୍ଡନରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ସୋମବାର ଆଇପିଏଲ୍ ଫାଇନାଲ୍ ପରେ ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍, ମହମ୍ମଦ ସାମି, କେଏସ୍ ଭରତ ଏବଂ ଚେନ୍ନାଇ ସୁପରକିଙ୍ଗ୍ସର ରବୀନ୍ଦ୍ର ଜାଦେଜା, ଅଜିଙ୍କ୍ୟ ରାହାଣେ ତୃତୀୟ ପର୍ଯ୍ୟାୟରେ ଲଣ୍ଡନରେ ପହଞ୍ଚିବେ।
ଲଣ୍ଡନ ଗଲେ ରୋହିତ, ଜୟସ୍ବାଲ୍
/sambad/media/post_attachments/wp-content/uploads/2023/05/54f654hfshhffh.jpg)