ରୋହିତ ହୋଇପାରିବେ ସର୍ବାଧିକ ରନ୍ ସଂଗ୍ରହକାରୀ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ‌ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସ୍କୋରର ହେବାର ସୁଯୋଗ ରହିବ। ଏହି ମ୍ୟାଚ୍‌ରେ ୩୬ ରନ୍ କରି ପାରିଲେ ସେ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲଙ୍କୁ କାଟି ଟ୍ବେଣ୍ଟି-୨୦ର ସଫଳତମ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଅର୍ଜନ କରିବେ। ଗପ୍ଟିଲ ୭୬ ଟ୍ବେଣ୍ଟି-୨୦ ଖେଳି ୨ ଶତକ ଏବଂ ୧୪ ଅର୍ଧଶତକ ବଳରେ ୨୨୭୨ ରନ୍ କରିଛନ୍ତି। ଅନ୍ୟ ପକ୍ଷରେ ରୋହିତ ୯୦ ‌ଟ୍ବେଣ୍ଟି-୨୦ ଖେଳି ୪ ଶତକ ଏବଂ ୧୫ ଅର୍ଧଶତକ ବଳରେ ୨୨୩୭ ରନ୍ କରିଛନ୍ତି। ଗପ୍ଟିଲ ମଧ୍ୟ ଏହି ଶୃଙ୍ଖଳା ଖେଳୁ ନାହାନ୍ତି। ଏଣୁ ରୋହିତ ତାଙ୍କୁ ଟପିବାର ସର୍ବାଧିକ ସମ୍ଭାବନା ରହିଛି। ସେହିଭଳି ରୋହିତଙ୍କ ନେତୃତ୍ବରେ ଖେଳିଥିବା ୧୨ ଟ୍ବେଣ୍ଟି-୨୦ରୁ ଭାରତ ମାତ୍ର ଗୋଟିକରେ ପରାଜିତ ହୋଇଛି। ସେହିଭଳି ଗତ ୧୦ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ଅପରାଜେୟ ରହିଛି।

ସମ୍ବନ୍ଧିତ ଖବର