ନୂଆଦିଲ୍ଲୀ : ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବେ ଦମ୍ଦାର ଫର୍ମରେ ଅଛନ୍ତି। କ୍ରିକେଟ୍ ଜୀବନରେ ସେ ଅନେକ କୀର୍ତ୍ତିମାନ ହାସଲ କରିସାରିଲେଣି। ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ରୋହିତଙ୍କ ଅପେକ୍ଷାରେ ରହିଛି। ଆନ୍ତର୍ଜାତିକ କ୍ରିକେଟ୍ରେ ୪୦୦ ଛକା ମାରିବାର ମାଇଲଖୁଣ୍ଟଠାରୁ ରୋହିତ ମାତ୍ର ଗୋଟିଏ ଦୂରରେ ରହିଛନ୍ତି। ଆଉ ଗୋଟିଏ ଛକା ମାରିପାରିଲେ ପ୍ରଥମ ଭାରତୀୟ ଭାବେ ରୋହିତ ଏହି ମାଇଲଖୁଣ୍ଟ ଛୁଇଁବେ। ବର୍ତ୍ତମାନର ଫର୍ମକୁ ଦେଖିଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ବ କ୍ରିକେଟ୍ରେ ଏହି ମାଇଲଖୁଣ୍ଟ ଏ ପର୍ଯ୍ୟନ୍ତ ମାତ୍ର ଦୁଇଜଣ ବ୍ୟାଟ୍ସମ୍ୟାନ ଛୁଇଁଛନ୍ତି। ସେମାନଙ୍କ ମଧ୍ୟରୁ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ସର୍ବାଧିକ ୫୩୪ ଛକା ମାରି ଶୀର୍ଷରେ ଥିବା ବେଳେ ପାକିସ୍ତାନର ସାହିଦ ଆଫ୍ରିଦି ୪୭୬ ଛକା ମାରି ଦ୍ବିତୀୟରେ ଅଛନ୍ତି। ଆଉ ଗୋଟିଏ ଛକା ମାରିଲେ ରୋହିତ ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ବିରଳ କ୍ଲବ୍ (୪୦୦ ଛକା)ରେ ସାମିଲ ହୋଇଯିବେ। ରୋହିତ ଟେଷ୍ଟ୍ରେ ୫୨, ଦିନିକିଆରେ ୨୩୨ ଏବଂ ଟ୍ବେଣ୍ଟି-୨୦ରେ ୧୧୫ (ମୋଟ-୩୯୯) ଛକା ମାରିସାରିଛନ୍ତି।
୪୦୦ ଆନ୍ତର୍ଜାତିକ ଛକାରୁ ଗୋଟିଏ ଦୂରରେ ରୋହିତ
/sambad/media/post_attachments/wp-content/uploads/2019/12/rohit-sharma.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)