ଆଉ ମାତ୍ର ୫୮ ରନ୍‌ ପରେ ରୋହିତ କରିବେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆଉ ଏକ ରେକର୍ଡ ଆଡକୁ ପାଦ ବଢାଉଛନ୍ତି। ଯାହାକି କ୍ରିକେଟ୍‌ ଦୁନିଆରେ ଭାରତର ‘ରାଜ’ ଜାରି ରଖିବ। ଅଷ୍ଟ୍ରେଲିଆ ବିପକ୍ଷରେ ସିଡନିରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-ଟେ୍ଵଣ୍ଟିରେ ରୋହିତ ଶର୍ମାଙ୍କ ପାଖରେ ବିଶ୍ୱ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଏହି ରେକର୍ଡ ଦ୍ୱାରା ରୋହିତ ଲିଟିଲ୍‌ ମାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ।

ରୋହିତଙ୍କ ପାଖରେ ରହିଛି ଇତିହାସ ରଚିବାର ସୁଯୋଗ। ରବିବାର ସିଡନିରେ ଖେଳାଯିବାକୁ ଥିବା ମ୍ୟାଚରେ ରୋହିତ ଶର୍ମା ୫୮ ରନ କଲେ ଭାରତ ନାମରେ ଆଉ ଏକ କୀର୍ତ୍ତିମାନ ଯୋଡ଼ି ହୋଇଯିବ। ୩୧ ବର୍ଷିୟ ରୋହିତ ଅନ୍ତର୍ଜାତୀୟ ଟି-ଟେ୍ଵ ଣ୍ଟିରେ ୮୧ଟି ଇନିଂସରୁ ୨,୨୧୪ ରନ ସଂଗ୍ରହ କରିସାରିଲେଣି। ଆଉ ଟି-ଟେ୍ଵଣ୍ଟିରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳୀଙ୍କ ସୂଚିରେ ଟପରେ ରହିବାକୁ ରୋହିତଙ୍କୁ ଆଉ ମାତ୍ର ୫୮ ରନର ଆବଶ୍ୟକତା ରହିଛି। ଏବେ ଏହି ସୂଚୀରେ ନ୍ୟୁଜଲାଣ୍ଡର ମାର୍ଟିନ୍‌ ଗୁପ୍ତିଲ୍‌ ଟପରେ ଅଛନ୍ତି। ସେ ମୋଟ୍‌ ୭୩ଟି ମ୍ୟାଚରୁ ୨,୨୭୧ ରନ୍‌ ସଂଗ୍ରହ କରିଛନ୍ତି।

ତେବେ ରୋହିତଙ୍କ ଏହି ରେକର୍ଡ ଦ୍ୱାରା ଭାରତକୁ ଏକ ବଡ କୀର୍ତ୍ତିମାନ ଉପଲବ୍ଧ ହେବ। ପ୍ରକୃତ କଥା ହେଉଛି, ରୋହିତ ଆଉ ମାତ୍ର ୫୮ ରନ କଲେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ସବୁଠୁ ଅଧିକ ରନ କରିବାରେ କେବଳ ଭାରତୀୟ ଖେଳାଳୀ ହିଁ ରହିବେ। ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ସଚିନ୍‌ ତେନ୍ଦୁଲକର ଟପରେ ଥିବା ବେଳେ ଟି-ଟେ୍ଵଣ୍ଟିରେ ମଧ୍ୟ ଜଣେ ଭାରତୀୟ ଖେଳାଳି ଟପରେ ରହିବେ। ତେବେ ଟି-ଟେ୍ଵଣ୍ଟିରେ ସବୁଠାରୁ ଅଧିକ ଶତକ ରୋହିତ ଶର୍ମା ହିଁ କରିଛନ୍ତି।

ଆଉ ସବୁଠାରୁ ବଡ଼ କଥା ହେଉଛି, ସବୁଠାରୁ ଅଧିକ ଛକା ମାରିବାର କ୍ରେଜ୍‌ ମଧ୍ୟ ରୋହିତ ନିଜ ନାମରେ କରିପାରିବେ। ଏଥିରେ ସେ କେବଳ ୮ଟି ଛକା ଦୂରରେ ଅଛନ୍ତି। ଆଉ ଆଜି ଯଦି ରୋହିତ ଏହି ସଫଳତା ହାସଲ କରିପାରିବେ ନାହିଁ ତେବେ ତାଙ୍କୁ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ନ୍ୟୁଜଲାଣ୍ଡ ବିପକ୍ଷ ସିରିଜ ପାଇଁ ଅପେକ୍ଷା କରିବାକୁ ହେବ।

ସମ୍ବନ୍ଧିତ ଖବର