ଭାରତ ବିଜୟର ମୁଖ୍ୟ ନାୟକ ରୋହିତ ଶର୍ମା ମହମ୍ମଦ ସାମିଙ୍କ ‌‌ଶେଷ ଓଭରକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ସେହିଭଳି ସୁପରଓଭରକୁ ନେଇ ନିଜ ଭାବନା ବ୍ୟକ୍ତ କରିବାକୁ ଯାଇ ସେ କହିଛନ୍ତି ଯେ ପ୍ରଥମେ ମୋ ମନରେ କିଛି ଆଶା ନଥିଲା। ପ୍ରଥମ ବଲ୍‌ରୁ ଆକ୍ରମଣ କରିବି ନା ସିଙ୍ଗଲ ନେବି ସେ ଦ୍ବନ୍ଦ୍ବ ମନରେ ଥିଲା। ମୁଁ ଏତିକି କହିବାକୁ ଚାହେଁ ଯେ ଆମେ ‌‌ବୋଲରଙ୍କ ଗୋଟିଏ ଭୁଲକୁ ଅପେକ୍ଷା କରି ରହିଥିଲୁ। ପିଚ୍ ବ୍ୟାଟିଂ ଉପଯୋଗୀ ଥିଲା। ମୁଁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ଚାହୁଁଥିଲି। ହେଲେ ନିଜ ୱିକେଟ୍ ଫିଙ୍ଗି ଦେଇଥିବାରୁ ଟିକିଏ ଦୁଃଖି ଥିଲି। ପ୍ରଥମ ଦୁଇ ମ୍ୟାଚ୍‌ରେ ଭଲ କରି ନଥିବାରୁ ତୃତୀୟ ମ୍ୟାଚରେ ଦଳ ପାଇଁ ଯଥା ସମ୍ଭବ ବଡ଼ ସ୍କୋର କରିବା ଆଶାରେ ଥିଲି। ଅଧିନାୟକ କୋହଲି କହିଥିଲେ ଯେ ୱିଲିୟମସନ୍ ବ୍ୟାଟିଂ କରୁଥିଲା ବେଳେ ଆମ ହାତରୁ ମ୍ୟାଚ୍ ଖସିଗଲା ବୋଲି ଭାବିଥିଲି। ସାମି ଓ ରୋହିତ ଆମକୁ ଜିତାଇଦେଲେ। ପରାଜିତ ଅଧିନାୟକ କେନ୍ ୱିଲିୟମସନ୍ ନିଜ ଦଳର ସୁପରଓଭର ପରାଜୟରେ ନିରାଶା ପ୍ରକାଶ କରିଥିଲେ। ସେ କହିଥିଲେ ସୁପରଓଭର ଫଳାଫଳ ପୁଣି ଥରେ ଆମ ସପକ୍ଷରେ ଗଲାନି। ଆମେ ଆଗରୁ ମ୍ୟାଚ୍ ଶେଷ କରିବାର ଥିଲା।