ନୂଆଦିଲ୍ଲୀ: ଆଇସିସି ଓଡିଆଇ ରାଙ୍କିଙ୍ଗରୁ ହଟିଲେ ଭାରତୀୟ କ୍ରିକେଟର ଦୁଇ ବଡ କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି। ଦୁହିଁଙ୍କୁ ହଠାତ୍ ଆଇସିସି ଓଡିଆଇ ରାଙ୍କିଙ୍ଗରୁ ହଟାଇ ଦିଆଯିବା ଖବର ଏବେ ଚର୍ଚ୍ଚାରେ ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟଙ୍କ ନାମ କେବଳ ଟପ୍-୧୦ ନୁହେଁ ବରଂ ଟପ୍-୧୦୦ରେ ମଧ୍ୟ ନାହିଁ। ଗତ ସପ୍ତାହରେ, ଯେତେବେଳେ ଆଇସିସି ଓଡିଆଇ ରାଙ୍କିଙ୍ଗ ପ୍ରକାଶ କରିଥିଲା, ସେତେବେଳେ ଭାରତର ଓଡିଆଇ ଅଧିନାୟକ ରୋହିତ ଶର୍ମା ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ବିରାଟ ଚତୁର୍ଥ ସ୍ଥାନରେ ଥିଲେ। ହେଲେ ଏବେ ଆଇସିସି ଓଡିଆଇ ରାଙ୍କିଙ୍ଗରୁ ହଠାତ୍ ରୋହିତ ଏବଂ ବିରାଟଙ୍କ ନାମ ଗାଏବ ହୋଇଯାଇଛି।
ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ଆନ୍ତର୍ଜାତୀୟ ଏବଂ ଟେଷ୍ଟରୁ ଅବସର ନେଇସାରିଥିଲେ ବି ଉଭୟ ଓଡିଆଇ ଖେଳିବା ଜାରି ରଖିଛନ୍ତି। ଏଭଳି ୨ଖେଳାଳିଙ୍କ ନାମ ହଟିଯିବା ଏକ ଯାନ୍ତ୍ରିକ ତ୍ରୁଟି ମଧ୍ୟ ହୋଇପାରେ ବୋଲି କୁହାଯାଉଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ଦାବି କରୁଛନ୍ତି ଯେ, ବିରାଟ ଏବଂ ରୋହିତ ବହୁତ ଦିନ ଧରି କୌଣସି ଓଡିଆଇ ମ୍ୟାଚ୍ ଖେଳି ନାହାଁନ୍ତି। ତେଣୁ ଆଇସିସି ରାଙ୍କିଙ୍ଗରୁ ଉଭୟଙ୍କ ନାମ ହଟାଯାଇଛି।
/sambad/media/post_attachments/onecms/images/uploaded-images/2025/08/20/49bbffd81171bfa44a1760654d65cb951755686072906143_original-834111.jpeg)
ବିରାଟ-ରୋହିତଙ୍କ ନାମ ହଟିଥିଲେ ବି ଆଇସିସିର ଓଡିଆଇ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଭାରତର ଶୁବମନ ଗିଲ୍ ପ୍ରଥମ ସ୍ଥାନରେ ଅଛନ୍ତି। ଗିଲଙ୍କ ୭୮୪ ରେଟିଂ ପଏଣ୍ଟ ଅଛି। ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ ତୃତୀୟ ସ୍ଥାନରେ, ଶ୍ରୀଲଙ୍କାର ଚରିଥ ଅସଲଙ୍କା ଚତୁର୍ଥ ସ୍ଥାନରେ ଏବଂ ଆୟରଲ୍ୟାଣ୍ଡର ହ୍ୟାରି ଟେକ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତର ଶ୍ରେୟସ ଆୟର ୭୦୪ ରେଟିଂ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ଥିବା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/20/t-2025-08-20-16-57-41.jpg)