ଟି-୨୦ ବିଶ୍ବକପରେ ଭାରତୀୟ ଦଳର ଯାତ୍ରା ଶେଷ ହେବା ପରେ କାନ୍ଦି ପକାଇଲେ ରୋହିତ ଶର୍ମା

ଆଡିଲେଡ୍ : ଭାରତର ବିଶ୍ବ ଚାମ୍ପିଅନ ହେବା ଆଶା ଧୂଳିସାତ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଏହାପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଭାବୁକ ହୋଇପଡ଼ିଥିଲେ। ରୋହିତ ଶର୍ମା ଡଗ ଆଉଟରେ ବସି ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳୁଛି।

ଖେଳ ଶେଷ ହେବା ପରେ ଭାରତୀୟ ଦଳର ଖେଳାଳି ଇଂଲଣ୍ଡ ଦଳ ସହ ମିଶି ଡଗ ଆଉଟରେ ପହଞ୍ଚିଥିଲେ। ଏହି ସମୟରେ ରୋହିତ ଶର୍ମାଙ୍କୁ ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏତିକି ବେଳେ ରୋହିତ କାନ୍ଦି ପକାଇଥିଲେ। ରୋହିତଙ୍କୁ କାନ୍ଦୁଥିବା ଦେଖି ରାହୁଲ ତାଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଥିବା ନଜରକୁ ଆସିଛି।

 

ଇଂଲଣ୍ଡର ସାମ୍ନାରେ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ ସମାପ୍ତ କରିଦେଇଥିଲେ । ଭାରତର କୌଣସି ବୋଲର ତାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରି ନଥିଲେ । ବଟଲର ୮୦ ଓ ହେଲ୍ସ ୮୬ ରନ କରି ଅପରାଜିତ ରହିଥିଲେ । ମ୍ୟାଚର ଉଭୟ ବ୍ୟାଟିଂ ଓ ବୋଲିଂରେ ଇଂଲଣ୍ଡ ଦଳ ଭାରତ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ଏପରିକି ଆହୁରି ୨୪ଟି ବଲ ବାକିଥାଇ ଇଂଲଣ୍ଡ ନିଜର ଲକ୍ଷ୍ୟ ହାସଲ କରି ନେଇଥିଲା ।

ସମ୍ବନ୍ଧିତ ଖବର