ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଶେଷ ହେବା ପରେ ଭାରତର ୩ଜଣ ଖେଳାଳି ଟି-୨୦ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଛନ୍ତି। ସେମାନେ ହେଲେ ରୋହିତ ଶର୍ମା, ବିରାଟ କୋହଲି ଓ ରବିନ୍ଦ୍ର ଜାଦେଜା। ତେବେ ଏହି ୩ଖେଳାଳିଙ୍କ ଅବସର ପରେ ସେମାନଙ୍କ ପ୍ରଶଂସକ ଦୁଃଖୀ ଥିବା ବେଳେ ରୋହିତ ଶର୍ମା ଅବସର ନେବାକୁ ଚାହୁନଥିବା ଜଣାପଡ଼ିଛି।
Rohit Sharma: "I was not in the mood to retire from T20I, but the situation has arisen, so I decided to do so."
Perhaps he is thinking of building a new team. He might have thought of retiring on his own.
— Sitab Chaudhary-Office (@sitab_chaudhary) June 30, 2024
ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏତେ ଶୀଘ୍ର ଅବସର ନେବାକୁ ଚାହୁନଥିବା କହୁଛନ୍ତି। ଭିଡିଓ ଆରମ୍ଭରୁ ସେ କହୁଛନ୍ତି ଯେ, "ମୁଁ ଭାବି ନଥିଲି ଯେ ମୁଁ ଟି-୨୦ଆନ୍ତର୍ଜାତୀୟ ଖେଳରୁ ଅବସର ନେବି। କିନ୍ତୁ ପରିସ୍ଥିତି ଏପରି ଆସିଲା ଯେ, ମୁଁ ଭାବିଲି ଏହା ମୋ ପାଇଁ ଉପଯୁକ୍ତ ସମୟ ଅଟେ। ଏକା ସାଙ୍ଗରେ ବିଶ୍ବକପ୍ ଜିତିବା ଏବଂ ଅବସର ନେବାଠାରୁ ଭଲ ଆଉ କିଛି ହୋଇନପାରେ। "