ନୂଆଦିଲ୍ଲୀ: କ୍ରିକେଟ ଖେଳ ତଥା ଖେଳାଳିଙ୍କ ପାଇଁ ଲୋକେ ପାଗଳପ୍ରାୟ ହୋଇଯାଇଥାଆନ୍ତି। ଯେତେ ଅସୁବିଧା ଥିଲେ ବି କ୍ରିକେଟ ପ୍ରେମୀ ପ୍ରତିଟି ମ୍ୟାଚ ଦେଖିବା୍ ପାଇଁ ଷ୍ଟାଡିୟମରେ ପହଞ୍ଚି ଯାଇଥାଆନ୍ତି। ଯେଉଁମାନେ ଷ୍ଟାଡିୟମ ଯାଇ ପାରନ୍ତି ନାହିଁ ସେମାନେ ସମସ୍ତ କାମକୁ ପଛରେ ପକାଇ ଦେଇ ଖେଳ ଦେଖିବା ପାଇଁ ଟେଲିଭିଜନ ସାମ୍ନାରେ ବସିଯାଇଥାଆନ୍ତି। ଏଭଳି କ୍ରମରେ ଯଦି କୌଣସି କ୍ରିକେଟ ଖେଳାଳିଙ୍କୁ ଆଖି ସାମ୍ନାରେ ଦେଖିବା ପାଇଁ ପ୍ରଶଂସକମାନେ ସୁଯୋଗ ପାଇଯାଇଥାଆନ୍ତି ସେମାନଙ୍କ ପାଇଁ ଏହାଠାରୁ ଖୁସିର ମୁହୂର୍ତ୍ତ ଆଉ କିଛି ହୋଇ ନଥାଏ।
ନିକଟରେ କ୍ରିକେଟ ଖେଳ ତଥା ଖେଳାଳିଙ୍କୁ ଭଲ ପାଉଥିବା ଜଣେ ଫ୍ୟାନ୍ସ ପିଠିରେ ଆଙ୍କିଥିବା ଟାଟୁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଯାହାକି ଭାଇରାଲ ହୋଇଯାଇଛି। ଫ୍ୟାନ୍ସ ଜଣକ ନିଜ ପିଠରେ ଭାରତ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଆଙ୍କିଛନ୍ତି। ଟାଟୁରେ ଫ୍ୟାନ୍ସଜଣକ ରୋହିତ ଶର୍ମାଙ୍କ ନାମରେ ଏଯାବତ ଥିବା ରେକର୍ଡକୁ ଆଙ୍କିଛନ୍ତି।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ ଏବଂ ଏଥିପାଇଁ ଉଭୟ ଦଳର ଖେଳାଳି କାନପୁରରେ ପହଞ୍ଚି ଯାଇଛନ୍ତି। ଉଭୟ ଦଳ ୨୫ ଓ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଏହି ସମୟ ମଧ୍ୟରେ ମ୍ୟାଚ୍ ପାଇଁ ୱିଣ୍ଡୋ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏହା ବ୍ୟତୀତ ଲୋକମାନେ ଅନଲାଇନରେ ଟିକେଟ ବୁକିଂ ମଧ୍ୟ କରୁଛନ୍ତି।
ଏହି ସମୟରେ, ରୋହିତ ଶର୍ମାଙ୍କ ଜଣେ ପ୍ରଶଂସକ ଯିଏ କି ଟିକେଟ୍ କିଣିବାକୁ ବୃନ୍ଦା ଜିଲ୍ଲାରୁ କାନପୁରରେ ଆସି ପହଞ୍ଚିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାରତୀୟ ଅଧିନାୟକଙ୍କ ଏହି ପ୍ରଶଂସକ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ବାସ୍ତବରେ ବୃନ୍ଦା ଜିଲ୍ଲାର ବାସିନ୍ଦା ଜିତେନ୍ଦ୍ର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ଜଣେ ବଡ଼ ପ୍ରଶଂସକ।
ଷ୍ଟାଡିୟମ ବାହାରେ ଟିକେଟ ବିକ୍ରି ପାଇଁ ରୋହିତ ଶର୍ମାଙ୍କ ପ୍ରଶଂସକ ଜିତେନ୍ଦ୍ର ଲାଇନରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କ ପିଠିରେ ରୋହିତ ଶର୍ମାଙ୍କ ନାମାରେ ଅଙ୍କା ଯାଇଥିବା ଟାଟୁ ଦେଖିବାକୁ ମିଳିଥିଲା। ଏଥିସହିତ ରୋହିତଙ୍କ ଜର୍ସି ନମ୍ବର ୪୫ମଧ୍ୟ ଜିତେନ୍ଦ୍ରଙ୍କ ପିଠିରେ ଟାଟୁଭାବେ ଅଙ୍କା ଯାଇଥିବା ବି ନଜର ଆସିଛି।