ରୋହିତଙ୍କୁ ମିଳିଲା ରିଅଲ ମାଦ୍ରିଦ ଜର୍ସି

ପ୍ୟାରିସ୍ : ଭାରତୀୟ କ୍ରିକେଟ୍ ଦଳର ଲୋକପ୍ରିୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ସ୍ପେନ୍‌ର ପ୍ରସିଦ୍ଧ ଫୁଟ୍‌ବଲ୍ କ୍ଲବ୍ ରିଅଲ ମାଦ୍ରିଦ ଏକ ସ୍ବତନ୍ତ୍ର ଜର୍ସି ଉପହାର ଦେଇଛି। ଭାରତରେ ସ୍ପେନୀୟ ଫୁଟ୍‌ବଲ୍ ଲିଗ୍ ‘ଲା ଲିଗା’ର ଦୂତ ଥିବା ରୋହିତଙ୍କୁ ଏହି ଜର୍ସିଟିକୁ ରିଅଲ ମାଦ୍ରିଦର ସଂସ୍ଥାଗତ ସଂପର୍କ ନିର୍ଦେଶକ ଏମିଲିଓ ବୁତ୍ରାଗୁଏନୋ ପ୍ରଦାନ କରିଥିଲେ। ଜର୍ସିଟିକୁ ଗ୍ରହଣ କରୁଥିବାର ଏକ ଫଟୋ ରୋହିତ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ପ୍ରକାଶ କରିଥିଲେ। ରିଅଲ ମାଦ୍ରିଦ ବି ନିଜ ଟ୍ବିଟର ପୃଷ୍ଠାରେ ଫଟୋକୁ ସ୍ଥାନ ଦେଇ ରୋହିତଙ୍କୁ ପାଖରେ ପାଇବା ଗର୍ବର ବିଷୟ ବୋଲି ଲେଖିଥିଲା। ରୋହିତ ନିଜ ପତ୍ନୀ ରିତିକିଙ୍କ ସହ ବାର୍ସେଲୋନାଠାରେ ରିଅଲ ମାଦ୍ରିଦର ଏକ ମ୍ୟାଚ୍ ରବିବାର ଦେଖିଥିଲେ। ଏହି ମ୍ୟାଚ୍‌ରେ ମାଦ୍ରିଦ ୨-୦ରେ ବାର୍ସେଲୋନାକୁ ପରାସ୍ତ କରିଥିଲା। ୩୨ ବର୍ଷୀୟ ରୋହିତ ଆଘାତ ଜନିତ କାରଣ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ଶୃଙ୍ଖଳା ଖେଳି ପାରି ନଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଭାରତୀୟ ଦଳକୁ ଫେରିବାର ‌ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର