ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

ଲଣ୍ଡନ : ଡବ୍ଲୁଟିସି ଫାଇନାଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଭ୍ୟାସ କରୁଥିବା ସମୟରେ ଆହତ ହୋଇଛନ୍ତି। ନେଟ୍ସ କରୁଥିବା ସମୟରେ ବଲ୍‌ ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ବାଜିଥିବା ଏକ ଫଟୋରୁ ଜଣାପଡୁଛି। ତେବେ ଆଘାତ କେତେ ଗୁରୁତର ତାହା ସ୍ପଷ୍ଟ ହୋଇନାହିଁ।

୨୦୧୩ରେ ଟେଷ୍ଟ ପଦାର୍ପଣ କରିଥିବା ରୋହିତ ଇଂଲଣ୍ଡରେ ସପ୍ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ସେହିପରି ଭାରତ ପାଇଁ ସେ ୫୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଦ ଓଭାଲ୍‌ରେ ଭାରତର ଶେଷ ମ୍ୟାଚ୍‌ରେ ରୋହିତ ଦେଶ ବାହାରେ ତାଙ୍କର ପ୍ରଥମ ଟେଷ୍ଟ ଶତକ (୧୨୭) ଅର୍ଜନ କରିଥିଲେ। ଯାହାଫଳରେ ଭାରତ ଏହି ପଡ଼ିଆରେ ୫୦ ବର୍ଷ ପରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିପାରିଥିଲା।

ସମ୍ବନ୍ଧିତ ଖବର