ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଜିଓସିନେମା ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ। ରୋହିତ ଶର୍ମା କହିଛନ୍ତି, “ଭାରତରେ ମୋବାଇଲ୍ ଫୋନ୍ ଓ କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ବ୍ୟାପକ କରିବା ଦିଗରେ ଜିଓସିନେମା କାର୍ଯ୍ୟ କରୁଛି। ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି । ଜିଓସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। କାରଣ ଡିଜିଟାଲ୍ ପ୍ଲାଟଫର୍ମକୁ ରୂପାନ୍ତରଣ କରିବା ଲାଗି ଏହା ସକ୍ଷମ କରୁଛି ଏବଂ ପ୍ରଶଂସକମାନଙ୍କୁ ନମନୀୟତା, ଭାବପୂର୍ଣ୍ଣ ତଥା ବ୍ୟକ୍ତିଗତ ପସନ୍ଦକୁ ସୁହାଇବା ଭଳି ସୁବିଧା ପ୍ରଦାନ କରୁଛି।’’
ଭାୟାକମ୍୧୮ ସ୍ପୋର୍ଟସ୍ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ “ରୋହିତ ଶର୍ମା କ୍ରୀଡ଼ା ଭାବନା ଓ ଅତୁଳନୀୟ ନେତୃତ୍ୱର ପ୍ରତୀକ ହୋଇଥିବା ବେଳେ ଏଭଳି ମୂଲ୍ୟବୋଧ ଉପସ୍ଥାପନ କରିଛନ୍ତି ଯାହାକୁ ପ୍ରଶଂସକ ଓ ଖେଳାଳି ଉଭୟ ପସନ୍ଦ କରୁଛନ୍ତି।’’
ଭାରତରେ ସବୁ ଦର୍ଶକମାନଙ୍କ ଲାଗି ଜିଓ ସିନେମା ପକ୍ଷରୁ ଟାଟା ଆଇପିଏଲ୍ ୨୦୨୩ର ମାଗଣା ଷ୍ଟ୍ରିମିଂ ଯୋଗୁ ପ୍ରଥମ ଦୁଇ ସପ୍ତାହରେ ରେକର୍ଡ ୫୫୦ କୋଟିରୁ ଅଧିକ ଥର ଦର୍ଶକ ଏହାକୁ ଦେଖିପାରିଛନ୍ତି। ଏପ୍ରିଲ୍ ୭ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ। ଏପ୍ରିଲ୍ ୧୨ରେ ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍କୁ ୨.୨ କୋଟି ଦର୍ଶକ ଦେଖିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।