ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ଅଧିନାୟକ ରୋହିତ ଶର୍ମା ବଡ଼ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ସାମି ଟେଷ୍ଟ ସିରିଜ ପାଇଁ ମନୋନୀତ ହେବେ କି ନାହିଁ ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବେ କି ନାହିଁ ସେନେଇ ରୋହିତ ସନ୍ଦେହ ପ୍ରକଟ କରିଛନ୍ତି।

Advertisment

ସାମ୍ବାଦିକ ସମ୍ମିଳନୀରେ ସାମିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସାମିଲ କରାଯିବ କି ନାହିଁ ବୋଲି ରୋହିତଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, "ସତ କହିବାକୁ ଗଲେ ତାଙ୍କୁ ଅଷ୍ଟ୍ରେଲିଆ ସିରିଜ ପାଇଁ ଚୟନ କରିବା କଷ୍ଟକର ହୋଇପଡ଼ିଛି। ସେ ଆହତ ହୋଇଥିଲେ ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ, ତାଙ୍କ ଅବସ୍ଥା ଟିକେ ଖରାପ ହୋଇଯାଇଥିଲା । ଏବେ ସେ ଡାକ୍ତର ଏବଂ ଫିଜିଓଙ୍କ ସହ ଏନସିଏରେ ଅଛନ୍ତି। ଆମେ ଆଶା କରୁଛୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ସାମି ଫିଟ୍ ହେବେ। ହେଲେ ଯଦି ସେ ଫିଟ୍ ନହେବେ ତ‌ାଙ୍କୁ ଟିମରେ ସାମିଲ କରିବା କଷ୍ଟକର ହେବ।

ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ବିଶ୍ୱକପ ଫାଇନାଲ ପରଠାରୁ ସାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଡିସେମ୍ବର ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ସେ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଫିଟ୍ ଥିବା ନେଇ ପ୍ରମାଣ କରିପାରିନଥିଲେ ।