ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ଆହତ ଥିବା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଓପନର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି ।
ରବିବାରଦିନ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଟି-୨୦ରେ ବ୍ୟାଟିଂ କରୁଥିବାବେଳେ ରୋହିତଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ପାଭିଲିୟନ ଫେରିଥିଲେ । ଏହି ଆଘାତ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ଏହା ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ସ୍ଥାନରେ ନବାଗତ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କୁ ନିଆଯାଇଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇନାହିଁ ।
ପୂର୍ବରୁ ଭାରତୀୟ ଦଳର ଅନ୍ୟତମ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଆହତ କାରଣରୁ ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଥିଲେ । ଏବେ ରୋହିତ ବାଦ ପଡ଼ିବା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ନ୍ୟୁଜିଲାଣ୍ଡରେ ଭାରତ ୩ଟି ଏକଦିବସୀୟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚଟି ଆସନ୍ତା ୫ ତାରିଖ ବୁଧବାରଠାରୁ ଆରମ୍ଭ ହେବ । ଟି-୨୦ ଶୃଙ୍ଖଳାକୁ ୫-୦ରେ ଜିତି ଭାରତୀୟ ଦଳର ମନୋବଳ ଦୃଢ ଥିଲେ ମଧ୍ୟ ଏକଦିବସୀୟ ସିରିଜରେ ନ୍ୟୁଜିଲାଣ୍ଡ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/rohit-sharma-virat-kohli_1c19d0d6-3ac0-11ea-92f9-d106e68aba9e.jpg)