ନୂଆଦିଲ୍ଲୀ: ରାଜକୁମାର ହିରାନିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ସିନେମା ‘ଥ୍ରି ଇଡିଅଟ’ ବଲିଉଡର ମୋଷ୍ଟ ଆଇକନିକ ସିନେମା ମଧ୍ୟରୁ ଗୋଟିଏ। ଏହି ସିନେମାରେ ଅମିର ଖାନ, ଆର ମାଧବନ ଓ ସରମନ ଜୋସିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ଏହି ତିନିଜଣ ଅଭିନେତାଙ୍କ ସହିତ କରିନା କପୁର ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ଥ୍ରି ଇଡିଅଟ ବିଲଉଡର ଚର୍ଚ୍ଚିତ ସିନେମା ମଧ୍ୟରୁ ଗୋଟିଏ। ଏହି ସିନେମାକୁ ଦେଖିବା ପାଇଁ ଆଜି ବି ଲୋକଙ୍କ ମଧ୍ୟରେ ସେହି ଉତ୍ସାହ ଭରି ରହିଛି, ଯାହାକି ସିନେମା ରିଲିଜ ଦିନ ଥିଲା।
ନିକଟରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ତିନିଜଣ ଅଭିନେତା ଅମିର ଖାନ, ଆର ମାଧବନ ଓ ସରମନ ଜୋସିଙ୍କୁ ଦେଖିବାକୁ ମିଳୁଛି। ଏହାକୁ ଦେଖି ଦର୍ଶକ ଆଶାବାନ୍ଧିଛନ୍ତି କି ଥ୍ରି ଇଡିଅଟର ସିକ୍ବଲ ବୋଧ ହୁଏ ଆସିପାରେ। କିନ୍ତୁ ଏମିତି କିଛି ବି ନୁହେଁ।
ତିନିଜଣ ଅଭିନେତା ସିନେମା ନୁହେଁ ବରଂ ଏକ କ୍ରିକେଟ ଆପ ପ୍ରମୋଟ କରିବା ପାଇଁ ଏକାଠି ବସିଥିବା ଦେଖିବାକୁ ମିଳୁଛି। କ୍ରିକେଟ ଆପର ନୂଆ ପ୍ରମୋସନାଲ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅମିର, ମାଧବନ ଓ ସରମନ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ନଜର ଆସିଛନ୍ତି। ଭିଡିଓରେ ତିନିଜଣ ଷ୍ଟାର୍ସ କିଛି କ୍ରିକେଟର୍ସ ଅଭିନୟ ଦୁନିଆରେ ପାଦ ରଖିଥିବା ଘଟଣାକୁ ନେଇ ମଜାକ ଉଡାଇଛନ୍ତି। ଏଥିପାଇଁ ତିନିଜଣ ଷ୍ଟାର ଘୋଷଣା କରୁଛନ୍ତି କି ସେମାନେ ବି ଏବେ କ୍ରିକେଟ ଦୁନିଆରେ ପାଦ ରଖିବେ।
ଅମିର ଖାନ କହୁଛନ୍ତି, ‘ ମୁଁ ଭାବିଲି ଏମାନେ ଅଭିନୟରେ ବ୍ୟସ୍ତ ଥିବେ, ତେଣୁ ଆମେ କ୍ରିକେଟ ଖେଳି ନେବା। ’
&
View this post on Instagram
ଅମିରଙ୍କ ଏଭଳି ପ୍ରତିକ୍ରିୟା ଦେଖି ଅନେକ କ୍ରିକେଟର୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋହିତ ଶର୍ମା କହିଛନ୍ତି, ‘ଲଗାନ’ରେ କ୍ରିକେଟ ଖେଳି କେହି କ୍ରିକେଟର ହୋଇ ଯାଆନ୍ତି ନାହିଁ।
ଏହାକୁ ନେଇ ଆର ମାଧବନ ଅମିରଙ୍କ ସମର୍ଥନରେ ଲେଖିଛନ୍ତି, ‘ଅମିର ତାଙ୍କ ଜୀବନରେ ଅନେକ ସଫଳ ଚଳଚ୍ଚିତ୍ର ବଲିଉଡକୁ ଭେଟି ଦେଇଛନ୍ତି।’
ଏହାର ଜବାବରେ ରୋହିତ କହିଛନ୍ତି, ‘ଦୁଇବର୍ଷରେ ଗୋଟିଏ ହିଟ ଦେଲେ, କେହି ହିଟ ମ୍ୟାନ ହୋଇଯାଆନ୍ତି ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/12-20.jpg)