ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ହେବା ପରେ ଦୁଃଖ ବଖାଣି ଏଭଳି କଥା କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳା ବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ  ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି।

ଏହାକୁ ନେଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଖୁବ୍ ଦୁଃଖୀ। ସେ କହିଛନ୍ତି, ‘ଏହା ଏକ ଅଜବ ମ୍ୟାଚ। ଆମର ଟିମ ପଡ଼ିଆରେ ସଂଘର୍ଷ କି ଚେଷ୍ଟା କରିବାର କ୍ଷମତା ପ୍ରଦର୍ଶନ କଲା ନାହିଁ। ଆମେ ପଡ଼ିଆରେ ସାହସିକ ଭାବେ ପ୍ରଦର୍ଶନ କରି ନଥିଲୁ। ଆପଣ ଯେମିତି ଚାହାଁନ୍ତି ଯଦି ଯେମିତି ନଘଟେ, ତେବେ ମ୍ୟାଚର ଫଳାଫଳ ଚକିତ କରିଦେବା ଭଳି ହୋଇଥାଏ। ’

ଏଭଳି ପରିସ୍ଥିତିରେ ହାର ନମାନି ଖେଳାଳିଙ୍କୁ ସାହସ ଦେଇ ଏକଜୁଟ କରିବାକୁ ହେବ। ମୁଁ ଚାହୁଁଥିଲି କିଛି ଖେଳାଳି କ୍ରିଜରେ ସମୟ ବିତାନ୍ତୁ କିନ୍ତୁ ସେପରି ସମ୍ଭବ ହେଲାନାହିଁ। ଆମେ ପଛରେ ରହିଗଲୁ। ମୁଁ ଯେମିତି ଚାହୁଁଥିଲି ସେମିତି ଖେଳି ପାରିଲା ନାହିଁ ଦଳ ବୋଲି କହିଛନ୍ତି ରୋହିତ ଶର୍ମା।

ତୃତୀୟ ଦିବସରେ ମ୍ୟାଚ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ‘ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌’ର ଶୀର୍ଷରେ ତା’ର ଆସନ ସୁଦୃଢ଼ କରିବାରେ ସମର୍ଥ ହୋଇଛି।  ଚାରି ଶୃଙ୍ଖଳବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବରୁ ୨ଟି ମ୍ୟାଚ୍‌ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି। ଏହାଛଡ଼ା, ଅହମଦାବାଦରେ ଏହି ସରିରିଜର ଆଉ ଗୋଟିଏ ଟେଷ୍ଟ୍‌ ବାକି ରହିଛି। ସେଥିରେ ବିଜୟ ଲାଭ କଲେ ଭାରତ ‘ଡବ୍ଲୁଟିସି’ର ଫାଇନାଲ୍‌ରେ ପହଞ୍ଚିବ। କିନ୍ତୁ ଏହାକୁ ନେଇ ଏଯାବତ ମୁଁ କିଛି ଭାବିନାହିଁ। ବର୍ତ୍ତମାନ ମୋର ପ୍ରଥମ କାମ ହେଉଛି, ଦଳକୁ ଏକଜୁଟ କରି କିଛି ବିଶେଷ ଆଲୋଚନା କରିବା ବୋଲି ମତ ରଖିଛନ୍ତି ରୋହିତ।

ସମ୍ବନ୍ଧିତ ଖବର