ହିଟ୍‌ମ୍ୟାନ୍‌ ରୋହିତ ନେଲେ ବିଶ୍ରାମ, ଶୃଙ୍ଖଳା ବିଜୟ ପାଇଁ ଯୋଜନା

୧୭ରେ ବିଶାଖାପାଟନମ୍‌ ଦିନିକିଆ

ନୂଆଦିଲ୍ଲୀ: ପଞ୍ଜାବର ମୋହାଲିରେ ନିଜର ଦିନିକିଆ କ୍ୟାରିୟରର ୩ୟ ଦ୍ୱିଶତକ ହାସଲ କରିବା ପରେ ଟିମ୍‌ ଇଣ୍ଡିଆର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଭାରତ-ଶ୍ରୀଲଙ୍କା ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ କ୍ରିକେଟ ପ୍ରେମୀଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ରୋହିତ ପଡ଼ିଆ ବାହାରେ ଥାଇ ଏହି ଯୋଜନା କରୁଛନ୍ତି। ରୋହିତ ପଡ଼ିଆ ବାହାରକୁ ଯାଇ ବିଶ୍ରାମ ନେବା ସହିତ ଶୃଙ୍ଖଳା ବିଜୟ ପାଇଁ ଗଣିତ କଷୁଛନ୍ତି। ୨ୟ ଦିନିକିରେ ରୋହିତ ଶର୍ମାଙ୍କ ଦମଦାର ଦ୍ୱିଶତକ(୨୦୮) ବଳରେ ଭାରତ ୧୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଫଳରେ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ରେ ଅଛି। ଚୂଡ଼ାନ୍ତ ଦିନିକିଆରେ ବିଜୟୀ ହୋଇ ଶୃଙ୍ଖଳା ଜିଣିବା ହେଉଛି ରୋହିତଙ୍କ ପରବର୍ତ୍ତୀ ଲକ୍ଷ୍ୟ।

ଶ୍ରୀଲଙ୍କା ବିରୋଧରେ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ହିଟ୍‌ମ୍ୟାନ୍‌ ରୋହିତ ନିଜର ଏକ ଫଟୋ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଗୁଡ଼ ରେଷ୍ଟ=ଗୁଡ଼ ପ୍ରିପାରେସନ୍‌(ଭଲ ଆରାମ=ଭଲ ପ୍ରସ୍ତୁତ). ଫଟୋ ପୋଷ୍ଟ କରିବାର ପ୍ରଥମ ମିନିଟରେ ପାଖାପାଖି ୩,୫୦୦ ହଜାର ପ୍ରଶଂସକ ପସନ୍ଦ କରିଥିଲେ।

ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଚଳିତ ଦିନିକିଆରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଡିସେମ୍ବର ୧୭ରେ ବିଶାଖାପାଟନମ ଦିନିକିଆରେ ବିଜୟୀ ହୋଇ ଶୃଙ୍ଖଳାକୁ ୨-୧ରେ ନିଜର ନାମରେ କରିବାକୁ ରୋହିତ ଯୋଜନା ପ୍ରସ୍ତୁତ କରିଛନ୍ତି। ସବୁଠାରୁ ବଡ଼ ଖୁସିର ବିଷୟ ଯେ, ରୋହିତ ଏବର୍ଷ ଏପର୍ଯ୍ୟନ୍ତ ୧୨୮୬ ବଲ ଖେଳି ୧୨୮୬ ରନ୍‌ ସଂଗ୍ରହ କରିଛନ୍ତି। ଅର୍ଥାତ ରୋହିତଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଶତପ୍ରତିଶତ ହୋଇଛି। ଏବର୍ଷ ରୋହିତଙ୍କ ହାତରେ ଆଉ ଏକ ମ୍ୟାଚ ରହିଛି, ଯାହାକି ଆଗାମୀ ଡିସେମ୍ବର ୧୭ରେ ବିଶାଖାପାଟନମରେ ଖେଳାଯିବ। ଭାରତ ପାଇଁ ମଧ୍ୟ ଚଳିତ ବର୍ଷ ଶେଷ ଦିନିକିଆ ହେବ।

ଶୀର୍ଷ ୫ ବ୍ୟାଟ୍ସମ୍ୟାନ: ୨୦୧୭ରେ କାହାର କେତେ ଦମ୍‌

-ବିରାଟ କୋହଲ(ଭାରତ):

ମ୍ୟାଚ୍‌-୨୬, ଇନିଂସ-୨୬,
ରନ୍‌-୧୪୬୦,
ହାରାହାରି-୭୬.୮୪,
ଷ୍ଟ୍ରାଇକ ରେଟ୍‌-୯୯.୧୧

-ରୋହିତ ଶର୍ମା(ଭାରତ):

ମ୍ୟାଚ୍‌-୨୦, ଇନିଂସ-୨୦,
ରନ୍‌-୧୨୮୬,
ହାରାହାରି-୭୫.୬୪,
ଷ୍ଟ୍ରାଇକ୍‌ ରେଟ-୧୦୦.୦୦

-ଜୋଏ ରୁଟ(ଇଂଲଣ୍ଡ):

ମ୍ୟାଚ୍‌-୧୯, ଇନିଂସ-୧୮,
ରନ୍‌-୯୮୩, ହାରାହାରି-୭୦.୨୧,
ଷ୍ଟ୍ରାଇକ୍‌ ରେଟ୍‌-୯୪.୧୨

-କ୍ୱାଣ୍ଟନ ଡି କକ୍‌(ଦକ୍ଷିଣ ଆଫ୍ରିକା):

ମ୍ୟାଚ୍‌-୧୯, ଇନିଂସ-୧୯,
ରନ୍‌ ୯୫୬, ହାରାହାରି-୫୩.୧୧,
ଷ୍ଟ୍ରାଇକ୍‌ ରେଟ-୯୪.୮୪

-ଉପୁଲ ଥରଙ୍ଗା(ଶ୍ରୀଲଙ୍କା):

ମ୍ୟାଚ୍‌-୨୪, ଇନିଂସ-୨୪,
ରନ୍‌-୯୧୬, ହାରାହାରି-୪୫.୮୦,
ଷ୍ଟ୍ରାଇକ ରେଟ୍‌ ୮୯.୭୧

ସମ୍ବନ୍ଧିତ ଖବର