ଦୁବାଇ: ଚାଲିଥିଲା ମହାଲଢେଇ । ଲଢୁଥିଲେ ଭାରତ-ପାକିସ୍ତାନ ଟିମ୍ । ଦୁବାଇ ଉପରେ ଥିଲା ସାରା ବିଶ୍ବର ନଜର । ଆକ୍ରମଣ ମୁଦ୍ରାରେ ଥିଲେ ବିରାଟ୍ କୋହଲି । ପାକ୍ ବୋଲରଙ୍କୁ ପିଟି ପିଟି ନାକେଦନ କରିଦେଲେଣି କୋହଲି । ପାକିସ୍ତାନକୁ ଚିତପଟାଙ୍ଗ କରାଇବାକୁ ଆଉ ମାତ୍ର ୨ ରନ୍ ଥିଲା, ବିରାଟଙ୍କ ବ୍ୟକ୍ତିଗତ ଶତକ ହାସଲ ପାଇଁ ୪ ରନ୍ ବାକି ଥିଲା...
ବାସ୍ ଏତିକି ବେଳେ ଡ୍ରେସିଂ ରୁମରୁ ଇସାରା ଦେଇଥିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ । ଡ୍ରେସିଂ ରୁମରୁ ବିରାଟଙ୍କୁ ବିରାଟ ଛକା ମାରିବାକୁ ଇସାରା ଦେଲେ ରୋହିତ ଶର୍ମା । ଦୁଇ ହାତ ଟେକି ବିଶାଳ ଛକାଟେ ମାରି ଖେଳ ସାରିବାକୁ ଇସାରା ଦେଇଥିଲେ । ଯାହା ପରେ ଦମଦାର ଚୌକା ମାରି ମ୍ୟାଚ୍ ଜିତାଇଥିଲେ କୋହଲି ।
ଡ୍ରେସିଂ ରୁମରେ ରୋହିତଙ୍କ ଏହି ଇସାରା ଭରା ଅନ୍ଦାଜ ପରେ କୋହଲିଙ୍କ ବ୍ୟାଟରୁ ଚୌକା ବାହାରିବା ଏକ ସଂଯୋଗ ବୋଲି କ୍ରିକେଟ ପ୍ରେମୀ କହୁଛନ୍ତି । ରୋହିତଙ୍କ କଥା ରଖି ବିରାଟ ଚୌକା ଲଗାଇ ଦଳକୁ ଜିତାଇବା ସହ ନିଜର ଶତକ ବି ପୂରଣ କଲେ । ସୋସିଆଲ ମିଡିଆରେ ଦୁଇ ଜଣଙ୍କ ଏହି ଫଟୋ ବେଶ ଭାଇରାଲ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/24/sW8oazKwjP5N5LrSl3Ic.jpg)