ନୂଆଦିଲ୍ଲୀ: ଲଗାତାର ଦୁଇଟି ମ୍ୟାଚରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ବିଜୟ ସ୍ବାଦ ଚାଖିଛି। ଅଧିନାୟକ ରୋହିତ ଶର୍ମାଙ୍କ ୬୫ ରନ୍ ସହାୟତାରେ ମୁମ୍ବାଇ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କିରିଥିବା ଦିଲ୍ଲୀ ଡେଭିଡ୍ ୱାର୍ଣ୍ଣର ଓ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ମୁମ୍ବାଇ ସମ୍ମୁଖରେ ୧୭୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ରୋହିତଙ୍କ ଦଳ ଏହାକୁ ଶେଷ ବଲରୁ ୨ ରନ୍ ସଂଗ୍ରହ କରି ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଶେଷ ଓଭରରୁ ଦଳକୁ ୫ ରନ୍ ଆବଶ୍ୟକ ଥିଲେ ମଧ୍ୟ ରୋହିତଙ୍କ ଦଳ ଶେଷ ବଲ୍ ପର୍ଯ୍ୟନ୍ତ ଖେଳିଥିଲା।
ଏହି ବିଜୟ ପରେ ରୋହିତ ଶର୍ମା ସଙ୍ଗେସଙ୍ଗେ ତାଙ୍କ ସ୍ତ୍ରୀ ରିତିକା ସଜଦେହଙ୍କୁ ଫୋନ କରି କଥା ହେବା ସହିତ ଭିଡିଓ କଲ କରି ନିଜର ଖୁସି ବ୍ୟକ୍ତ କରିଥିଲେ। ଏହାର ଏକ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସୋସିଆଲ ମିଡିଆରେ ସେୟାର କରିଛି।
Ro on call with Rits after a nail-biting win in Delhi 🥺💙#OneFamily#DCvMI#MumbaiMeriJaan#MumbaiIndians#IPL2023#TATAIPL@ImRo45pic.twitter.com/qCXaLj8dwT
— Mumbai Indians (@mipaltan) April 12, 2023
ଟୁଇଟରରେ ପୋଷ୍ଟ ହୋଇଥିବା ରୋହିତ ଶର୍ମାଙ୍କ ଏହି ଭିଡିଓକୁ ତାଙ୍କ ପ୍ରଂଶସକମାନେ ବେଶ ପସନ୍ଦ ବି କରୁଛନ୍ତି।