ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଟିମ୍ ବାରବାଡୋସରୁ ଭାରତରେ ପହଞ୍ଚିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଭାରତୀୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଶଂସକମାନେ ଭାରତୀୟ ଖେଳାଳିଙ୍କୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ଭାରତୀୟ ଖେଳାଳିଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ପରିସରରେ ବହୁ ସଂଖ୍ୟାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ। ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
Captain Rohit Sharma ka dance dekh kr dil khush ho gya 🤩😍#T20WorldCup #RohitSharma𓃵#RohitShama #IndianCricketTeam wankhede #IndiaWinWorldCup #DelhiAirport pic.twitter.com/3Qomo8YStJ
— deepak 🇮🇳 (@thenameisdpk26) July 4, 2024
ଆଇଟିସି ମୌର୍ଯ୍ୟ ହୋଟେଲରେ ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ସିଧା ଖେଳାଳିମାନେ ସେଠାରେ ପହଞ୍ଚିବା ପରେ ସ୍ବତନ୍ତ୍ର କେକ୍ ସହିତ ତାଙ୍କୁ ସ୍ବାଗତ କରାଯାଇଥିଲା। ବସରୁ ବାହାରିବା ପରେ ଢ଼ୋଲ ବଜାଇ ତାଙ୍କୁ ସ୍ବାଗତ କରାଯାଉଥିବା ବେଳେ ଖୁସିରେ ନାଚି ଉଠିଥିଲେ ରୋହିତ ଶର୍ମା।
T20 WC champions return home: Suryakumar Yadav dances to the beats of dhol https://t.co/4aPoNbKjXx#TeamIndia #SuryakumarYadav #T20WorldCup pic.twitter.com/c2qAkf6VQ9
— News18 (@CNNnews18) July 4, 2024
ରୋହିତଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଖୁସିରେ ଝୁମିଥିବା ଦେଖାଯାଇଥିଲା।
Virat Kohli smiling and Hardik Pandya dancing when they reach India with the Trophy😂❤️
#Barbados #IndianCricketTeam #RohitSharma #Mumbai #AIC24WC #ViratKohli𓃵 #CricketTwitter #HardikPandya #Dance pic.twitter.com/Hc8Bg5pUQF
— 𝐃𝐢𝐠𝐯𝐢𝐣𝐚𝐲 𝐒𝐢𝐧𝐠𝐡 🇮🇳 (@Knight_riders18) July 4, 2024