ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଶୁକ୍ରବାର ପଡ଼ିବ। ଶୁକ୍ରବାର ବେଙ୍ଗାଲୁରୁସ୍ଥିତି ଏନ୍ସିଏରେ ରୋହିତ ଶର୍ମା ଫିଟ୍ନେସ୍ ଟେଷ୍ଟ୍ ଦେବା ପରେ ତାଙ୍କୁ ଅଷ୍ଟ୍ରେଲିଆ ପଠାଯିବ କି ନାଁ ବିସିସିଆଇ ନିଷ୍ପତ୍ତି ନେବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ରୋହିତ ଶର୍ମା ଯଥାଶୀଘ୍ର ସମ୍ଭବ୍ୟ ଅଷ୍ଟ୍ରେଲିଆ ବିମାନ ଧରିବେ। ତୁରନ୍ତ ଅଷ୍ଟ୍ରେଲିଆ ଗଲେ ବି ରୋହିତ ଭାରତୀୟ ଦଳ ସହ ଯୋଗ ଦେଇ ପାରିବେ ନାହିଁ। ତାଙ୍କୁ ସେଠାରେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଶନିବାର ସେ ଅଷ୍ଟ୍ରେଲିଆ ବାହାରିଲେ ବି ପ୍ରଥମ ଦୁଇ ଟେଷ୍ଟ୍ ଖେଳିବା ସୁଯୋଗ ପାଇବେ ନାହିଁ। କାରଣ ସଂଗରୋଧ ଅବଧି ଡିସେମ୍ବର ୨୬ ପୂର୍ବରୁ ଶେଷ ହେବାର ସମ୍ଭାବନା ନାହିଁ। ଆଡିଲେଡ୍ରେ ଡିସେମ୍ବର ୧୭ରୁ ପ୍ରଥମ ଟେଷ୍ଟ୍ (ଦିବାରାତ୍ର) ଖେଳାଯିବା ପରେ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍ରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଡିସେମ୍ବର ୭ ତାରିଖରୁ ତୃତୀୟ ଟେଷ୍ଟ୍ ବେଳକୁ ସେ ସଙ୍ଗରୋଧ ବିଧି ଶେଷ କରି ଅଭ୍ୟାସ ଆରମ୍ଭ କରି ସାରିଥିବେ। ଆଇପିଏଲ୍-୧୩ ବେଳେ ଆହତ କାରଣରୁ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଲାଗି କୌଣସି ଫର୍ମାଟ ଦଳରେ ସ୍ଥାନ ମିଳିନଥିଲା। ଏବେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଶେଷ ଦୁଇ ଟେଷ୍ଟ୍ ଖେଳିବା ସମ୍ଭାବନା ରହିଛି। କିନ୍ତୁ ଉତ୍ତୀର୍ଣ୍ଣ ନ ହେଲେ ଶେଷ ୩ ଟେଷ୍ଟ୍ ବିରାଟ କୋହଲିଙ୍କ ବିନା ଖେଳିବାକୁ ଥିବା ଭାରତ ନିଶ୍ଚିତ ଚାପରେ ରହିବ।
ଆଜି ରୋହିତ ଶର୍ମାଙ୍କ ଫିଟ୍ନେସ୍ ପରୀକ୍ଷା
/sambad/media/post_attachments/wp-content/uploads/2020/12/4945456dhffhhffdhdfhdfhfhdff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)